July 27, 2024

ପୁଣି ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

1 min read

ଭୁବନେଶ୍ୱର: ପୁଣି ମେ’ ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ପୁରୀରେ ରୋଡ ଶୋ କରିବେ । ଏଥିସହ ସେ କଟକ ଏବଂ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ । ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।

ଏଥିସହ ୧୫ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡ଼ିଶା ଆସିବେ । ରାଉରକେଲା, କଣ୍ଟାବାଞ୍ଜି, ସୋରଡାରେ ଅମିତ ଶାହ ସଭା କରିବେ । ଅନ୍ୟପଟେ ମେ’ ୧୭ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ ସୁନ୍ଦରଗଡ, ହିଞ୍ଜିଳି ଓ ପଦ୍ମପୁର ଗସ୍ତ କରିବେ ନଡ୍ଡା ।

Leave a Reply

Your email address will not be published. Required fields are marked *