July 27, 2024

ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଉଚ୍ଚ ଶିକ୍ଷିତ ଛାତ୍ର ଗିରଫ

1 min read

ଗୁଣୁପୁର: ଗଞ୍ଜେଇ ଚାଲାଣ କରି ଉଚ୍ଚଶିକ୍ଷିତ ଛାତ୍ର ଗିରଫ ଜଣେ ଉଚ୍ଚ ଶିକ୍ଷିତ ଛାତ୍ରକୁ ଗିରଫ କରିଛି ଗୁଣୁପୁର ଅବକାରୀ ବିଭାଗ। ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ପୁଲିସ୍ ପାଟ୍ରୋଲିଂ କରୁଥିବାବେଳେ ରାମନାଗୁଡା ନିକଟ ବାଙ୍ଗୀ ଛକରେ ଗୋଟିଏ ନାଲି କାରରେ ଗଞ୍ଜେଇ ଚାଲାଣ ହେଉଥିବା ବିଭାଗୀୟ ଅଧିକାରୀ ଜାଣି ପାରିଥିଲୋ। ଏହାପରେ କାରକୁ ଅଟକାଇ ଯାଞ୍ଚ କରିବାସହ ଚାଳକକୁ ପଚରାଉଚରା କରିଥିଲା ପୁଲିସ। କାରରେ ଥିବା ଗଞ୍ଜେଇ ରାୟଗଡା ଅଭିମୁଖେ ଚାଲାଣ ହେଉଥିବା ଜଣାପଡିଛି। ଗଞ୍ଜେଇ ଚାଲାଣ କରୁଥିବା ଉଚ୍ଚ ଶିକ୍ଷିତ ଯୁବକକୁ ପୁଲିସ ଗିରଫ କରିବା ସହ ନାଲି କାର୍ ଓ ୨୬ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗିରଫ ଛାତ୍ର ନରେନ୍ଦ୍ର ପାଲକାଏମସିଏ ପାଠ ପଢୁଥିବା କହିଥିବାବେଳେ ତାଙ୍କ ଘର ଗୁଡାରି ଥାନା ଅନ୍ତର୍ଗତ ନାଇରା ଗ୍ରାମରେ ବୋଲି ଜଣାପଡିଛି। ଶୁକ୍ରବାର ଅବକାରୀ ବିଭାଗ ମାମଲା ରୁଜୁ କରି ଗିରଫ ଛାତ୍ରକୁ କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *