ତାର ଚୋରୀ ମାମଲାରେ ଚାରି ଜଣକୁ ଗିରଫ
1 min read
ବାସୁଦେବପୁର : ବିଦ୍ୟୁତ ତାର ଚୋରୀ ମାମଲାରେ ଚାରି ଜଣକୁ ଭଦ୍ରକ ଜିଲ୍ଲା ବାସୁଦେବପୁର ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ରାଧନାଥପୁର ମନ୍ଦାରୀ ଗ୍ରାମର ଶଙ୍କୁରୁ ମଲିକ୍, ଚୁଡାମଣି ଗ୍ରାମର ଅନୀଲ କୁମାର ମହାଲିକ୍, ସୁକଦେବପୁରର କାଜିମ ଖାନ, ହଳଦିଡିହ ପଠାଣମହଲାର ଅବଦୁଲ ରେହେମାନ। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁସାରେ ପଦ୍ମପୁର ଗ୍ରାମର କୃଷ୍ଣଚନ୍ଦ୍ର ଧୂପାଳ ଲିଖିତ ଅଭିଯୋଗ କରିଥିଲେ ଯେ ସେ ଲିଫ୍ଟ ଜଳସେଚନ ବିଭାଗ ଅଧୀନରେ ଠିକାଦାର ଭାବରେ କାମ କରୁଛନ୍ତି। ସେ ଶୁଭେନ୍ଦୁ ପଣ୍ଡାଙ୍କ ଘରେ ରହି ଉକ୍ତ ଘରେ ସାମଗ୍ରୀ ରଖି ବିଦ୍ୟୁତ ବିଭାଗ ଅଧୀନରେ ବୈଦ୍ୟୁତିକ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଗତ ଦୁଇ ତାରିଖ ରାତିରେ ତାଙ୍କ କର୍ମଚାରୀମାନେ ଶୁଭେନ୍ଦୁ ପଣ୍ଡାଙ୍କ ଘରେ ବାରଣ୍ଡାରେ ବିଶ୍ରାମ ନେଉଥିଲେ ଏବଂ ସେହି ରାତିରେ କିଛି ଅପରାଧୀ କବାଟ ଭାଙ୍ଗି ଶୁଭେନ୍ଦୁ ପଣ୍ଡାଙ୍କ ଘରୁ ୧୧ କେଭି କଣ୍ଡକ୍ଟର ବିଦ୍ୟୁତ୍ ତାରର ୨ ବଣ୍ଡଲ ଚୋରି କରିଥିବା ଅଭିଯୋଗରେ ଦର୍ଶାଇ ଥିଲେ।


