June 18, 2026

ବାଲି ମାଫିଆମାନେ ବିଜେପି ନେତା ଭରତ ସିଂହଙ୍କ ସମେତ ୩ ଜଣଙ୍କୁ ଫର୍ଚୁନର୍‌ କାର ଭିତରେ ଜିଅନ୍ତା ପୋଡ଼ି ମାରିଦେଇଛନ୍ତି।

1 min read

ରାୟପୁର: ଛତିଶଗଡ଼ର କୋରିୟା ଜିଲ୍ଲାରେ ବେଆଇନ ଭାବେ ବାଲି ଖନନ କାରବାରରେ ଜଡ଼ିତ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି। ବାଲି ମାଫିଆମାନେ ବିଜେପି ନେତା ଭରତ ସିଂହଙ୍କ ସମେତ ୩ ଜଣଙ୍କୁ ଫର୍ଚୁନର୍‌ କାର ଭିତରେ ଜିଅନ୍ତା ପୋଡ଼ି ମାରିଦେଇଛନ୍ତି।

ବୁଧବାର ବିଳମ୍ବିତ ରାତିରେ ସୋନହାଟ ଥାନା ସୀମା ଅନ୍ତର୍ଗତ ନୌଗାଇ ଗାଁରେ ଏହି ଅପରାଧ ଘଟିଛି ବୋଲି ପୁଲିସ କହିଛି। ପୁଲିସର ସୂଚନା ଅନୁଯାୟୀ, ବାଲି ଖନନ ସହିତ ଜଡିତ ବ୍ୟକ୍ତିମାନେ ଏକ ଏସ୍‌ୟୁଭି ଗାଡ଼ି ଜାଳି ଦେଇଥିବା ଅଭିଯୋଗ ହୋଇଛି, ଯେଉଁଥିରେ ଜଣେ ବ୍ୟକ୍ତି ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ କେତେକ ଗୁରୁତର ଆହତ ହୋଇଛନ୍ତି। ପରେ ଏଥିରେ ଆହତ ହୋଇଥିବା ଆଉ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ‌ହୋଇଛି। ମୃତକମାନେ ହେଲେ ଭରତ ସିଂହ ଓରଫ ଲଲ୍ଲା ସିଂହ, ବୀରେନ୍ଦ୍ର ସିଂହ ଓ ନଗେନ୍ଦ୍ର ସିଂହ।