ନେଦରଲାଣ୍ଡ୍ସ-ଆର୍ଜେଣ୍ଟିନା ଫାଇନାଲ
1 min read
ଆମଷ୍ଟଲଭିନ: ଆୟୋଜକ ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ-୨୦୨୬ର ଫାଇନାଲରେ ପହଞ୍ଚିଛନ୍ତି। ବେଲଜିୟମ ଓ ନେଦରଲାଣ୍ଡସରେ ଚାଲିଥିବା ଉକ୍ତ ପ୍ରତିଯୋଗିତାର ଶୁକ୍ରବାର ଦୁଇଟି ଯାକ ସେମିଫାଇନାଲ ଖେଳାଯାଇଥିଲା।ଏଥିରେ ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା ବିଜୟ ସହ ଫାଇନାଲରେ ପହଞ୍ଚିଛନ୍ତି। ଆମଷ୍ଟଲଭିନରେ ପ୍ରଥମ ସେମିଫାଇନାଲରେ ନେଦରଲାଣ୍ଡ୍ସ ୧-୦ ଗୋଲରେ ସହ ଆୟୋଜକ ବେଲଜିୟମକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ନେଦରଲାଣ୍ଡ୍ସ ପକ୍ଷରୁ ଫେଡ୍ରିକ ମାଟିଆ ୨୮ ମିନିଟରେ ଏକମାତ୍ର ଗୋଲ ଦେଇଥିଲେ। ଦ୍ବିତୀୟ ସେମିଫାଇନାଲରେ ଆର୍ଜେଣ୍ଟିନା ୧-୦ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଆର୍ଜେଣ୍ଟିନା ପକ୍ଷରୁ ଜୁଲେଟା ଜାନ୍କୁନାସ ୪୭ ମିନିଟ୍ରେ ଏକମାତ୍ର ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ। ୨୯ରେ ଆମଷ୍ଟଲଭିନରେ ତୃତୀୟ ସ୍ଥାନ ପାଇଁ ମ୍ୟାଚରେ ବେଲଜିୟମ-ଅଷ୍ଟ୍ରେଲିଆକୁ ଓ ଫାଇନାଲରେ ନେଦରଲାଣ୍ଡ୍ସ-ଆର୍ଜେଣ୍ଟିନାକୁ ଭେଟିବ।


