October 7, 2026

କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌ସ -୨୦୩୬ ଆୟୋଜନ ନେଇ ଭାରତ ସମେତ ୭ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି।

1 min read

ନୂଆଦିଲ୍ଲୀ: କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌ସ -୨୦୩୬ ଆୟୋଜନ ନେଇ ଭାରତ ସମେତ ୭ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଉକ୍ତ କ୍ରୀଡ଼ା ମହାକୁମ୍ଭ ଆୟୋଜନ ନେଇ ଦାବିଦାର ହାସଲ କରିଥିବା ଦେଶ ମାନଙ୍କ ତାଲିକା ଅନ୍ତର୍ଜାତୀୟ ଅଲିମ୍ପିକସ କମିଟି ପ୍ରକାଶ କରିଛି। ୨୦୩୬ ଅଲିମ୍ପିକ୍‌ସ ଆୟୋଜନ ନେଇ ୭ଟି ଦେଶ ଭାରତ ସମେତ ଜର୍ମାନୀ, ହଙ୍ଗେରୀ, କାତାର, ରିପବ୍ଲିକ ଅଫ କୋରିଆ, ଦକ୍ଷିଣ ଆଫ୍ରିକା ଓ ତୁର୍କୀ ରହିଛନ୍ତି। ଆୟୋଜନ ପାଇଁ ଦାବିଦାର ଦାଖଲ କରିଥିବା ୭ ଦେଶଙ୍କ ନାମକୁ ଆଇଓସି କାର୍ଯ୍ୟନିର୍ବାହୀ ପରିଷଦ ଗ୍ରହଣ କରିଛି। ଏହି ଦେଶ ଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର ହୋଷ୍ଟ କନିମଶନଙ୍କ ନିକଟରେ ଉପସ୍ଥାପନ କରିବେ।
ଆଇଓସି ପକ୍ଷରୁ କୁହାଯାଇଛି ଯେ, ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ, ଭେନ୍ୟୁ ମାଷ୍ଟରପ୍ଳାନ, ଆଥ୍‌ଲେଟ୍‌ ଅଭିଜ୍ଞତ, ପାାଣ୍ଠି ରଣନୀତି, ରାଜନୈତିକ ଓ ସାଧାରଣ ସମର୍ଥନ, ଖେଳ ବିତରଣ କ୍ଷମତା ଏବଂ ଆୟୋଜକ ଦେଶ ପାଇଁ ଏହା ଯେପରି ଦୀର୍ଘ ମିଆଦି ଲାଭଜନକ ହେବ ସେଥିପାଇଁ ଉପଯୁକ୍ତ ରଣନୀତି ଭିତ୍ତିରେ କରାଯିବ। ଆୟୋଜକ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଦେଶ ଗୁଡ଼ିକ ବର୍ତ୍ତମାନ ନିୟମିତ ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି ସହ ଯୋଗାଯୋଗରେ ଅଛନ୍ତି। ଅଲିମ୍ପିକ୍‌ସ ପାଇଁ ଚଳିତ ଅକ୍ଟୋବର ୩୧ ପରେ କୌଣସି ଦେଶ ଆଗ୍ରହ ପ୍ରକାଶ କଲେ ତାହା ଆଉ ବିଚାରକୁ ନିଆଯିବ ନାହିଁ। ଆସନ୍ତା ୨୦୨୭ ଜୁନରେ ଲାଇସାନେରେ ହେବାକୁ ଥିବା ଆଇଓସିର ୧୪୬ତମ ଅଧିବେଶନରେ ଚୂଡାନ୍ତ ଆୟୋଜନ ଦେଶ ନାମ ଘୋଷଣା କରାଯିବ। ଭାରତୀୟ ଅଲିମ୍ପିକ୍‌ସ ସଂଘ ୨୦୩୬ ଅଲିମ୍ପିକ୍‌ସ ଆୟୋଜନ ନେଇ ୨୦୨୪ରେ ଆଗ୍ରହ ପ୍ରକାଶ କରିଥିଲା। ମାତ୍ର କରିଷ୍ଟି କୋଭେଣ୍ଟ୍ରି ଆଇଓସିର ନୂତନ ସଭାପତି ହେବା ପରେ ମନୋନନୟ ପକ୍ରିୟାକୁ ବନ୍ଦ କରି ଦିଆଯାଇଥିଲା।ପ୍ରକ୍ରୟାକୁ ସୁଗମ କରିବା ଲାଗି ସଦଦ୍ୟ ରାଷ୍ଟ୍ର ଗୁଡ଼ିକୁ ନୂଆ ମତାମତ ଦାଖଲ କରିବାକୁ କୁହାଯାଇଛି।