August 28, 2026

ଭିନସ୍ ଓ ସେରେନା ୱିଲିୟମ୍‌ସ ଆସନ୍ତା ଗ୍ରାଣ୍ଡସ୍ଲାମ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟ ୟୁଏସ୍‌ ଓପନ୍‌ରେ ମହିଳା ଡବଲ୍‌ସ ଖେଳିବାକୁ ଯାଉଛନ୍ତି

1 min read

ନ୍ୟୁୟର୍କ: ମହିଳା ଟେନିସ୍‌ର ଦୁଇ କିମ୍ବଦନ୍ତୀ ଖେଳାଳି ତଥା ଦୁଇ ଭଉଣୀ ଭିନସ୍ ଓ ସେରେନା ୱିଲିୟମ୍‌ସ ଆସନ୍ତା ଗ୍ରାଣ୍ଡସ୍ଲାମ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟ ୟୁଏସ୍‌ ଓପନ୍‌ରେ ମହିଳା ଡବଲ୍‌ସ ଖେଳିବାକୁ ଯାଉଛନ୍ତି। ଏଥିପାଇଁ ଭିନସ୍‌-ସେରେନାଙ୍କୁ ୱାଇଲ୍‌ଡ କାର୍ଡ ମିଳିଛି। ଭିନସ୍‌ଙ୍କୁ ୪୬ ବର୍ଷ ବୟସ ହୋଇଥିବା ବେଳେ ସେରେନାଙ୍କ ବୟସ ୪୪ ବର୍ଷ।ଫଳରେ ୟୁଏସ୍‌ ଓପନ୍‌ ଖେଳିବାରେ ଭିନସ୍‌-ସେରେନା ସବୁଠାରୁ ବୟସ୍କ ମହିଳା ଡବଲ୍‌ସ ଯୋଡ଼ି ହେବେ। ପୂର୍ବରୁ ଭିନସ୍‌-ସେରେନା ୧୯୯୯ ଓ ୨୦୦୯ରେ ୟୁଏସ୍‌ ଓପନ୍‌ରେ ମହିଳା ଡବଲ୍‌ସ ଚମ୍ପିଆନ୍‌ ହୋଇଥିଲେ। ଦୁହେଁ ଶେଷଥର ୟୁଏସ୍‌ ଓପନ୍‌ରେ ୨୦୨୨ରେ ମହିଳା ଡବଲ୍‌ସ ଖେଳିଥିବା ବେଳେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ୟୁଏସ୍‌ ଓପନ୍‌ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଖେଳାଯିବ। ୪ ବର୍ଷ ପରେ ଭିନସ୍ ଓ ସେରେନା ୱିଲିୟମ୍‌ସ ନିକଟରେ ସିନ୍‌ସିନାଟି ଓପନ୍‌ରେ ମହିଳା ଡବଲ୍‌ସରେ ଖେଳିଥିଲେ। ହେଲେ ପ୍ରଥମ ରାଉଣ୍ଡରେ ଦୁହେଁ ଚେକିଆର ମାର୍ତା କୋସ୍ତ୍ୟୁକ୍ ଓ ଆମେରିକାର ପିଟନ୍ ଷ୍ଟର୍ନସଙ୍କଠାରୁ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିଲେ। ୨୩ଟି ଗ୍ରାଣ୍ଡସ୍ଲାମ୍‌ ସିଙ୍ଗଲ୍‌ସ ଟାଇଟଲ ଜିତିଥିବା ମହାନ୍ ଖେଳାଳି ସେରେନା ୱିଲିୟମ୍‌ସ ୨୦୨୨ ୟୁଏସ୍‌ ଓପନ୍‌ର ୩ୟ ରାଉଣ୍ଡରୁ ବିଦାୟ ନେବା ପରେ କୌଣସି ପେସାଦାର ଟେନିସ୍‌ ମ୍ୟାଚ୍‌ ଖେଳିନାହାନ୍ତି। ହେଲେ ମଝିରେ ମଝିରେ କିଛି ଟୁର୍ଣ୍ଣାମେଣ୍ଟରେ ସେରେନା ଡବଲ୍‌ସ ମ୍ୟାଚ୍‌ ଖେଳିଛନ୍ତି। ନିକଟରେ ୟୁଏସ୍‌ ଓପନ ମିଶ୍ରିତ ଯୁଗଳରେ ସ୍ପେନ୍‌ର କାଲୋର୍ସ ଆଲ୍‌କାରାଜ୍‌ଙ୍କ ସହ ମିଶି ସେରେନା ଖେଳି କ୍ବାର୍ଟରଫାଇନାଲରୁ ବିଦାୟ ନେଇଥିଲେ।