March 13, 2026

ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଦୁର୍ଘଟଣା

1 min read

ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ସୋମବାର ରାତି ୯ରୁ ସାଢ଼େ ୯ଟା ମଧ୍ୟରେ ୩ ଟି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବାବେଳେ ଆଉ ୪ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ସଂପୃକ୍ତ ଅଞ୍ଚଳବାସୀ ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨ ଜଣକ ଘର ଡୁମାକୁମ୍ପା। ସେମାନେ ହେଲେ ରାଜେନ୍ଦ୍ର ପାତ୍ର ଓ ଦିପାଙ୍କର ପାତ୍ର। ସେହିଭଳି ସନ୍ଦିପଲ୍ଲୀର ଶୁଭମ ପ୍ରଧାନ, ସମୀର ଗୌଡ଼ ମଧ୍ୟ ଆହତ ହୋଇଛନ୍ତି। ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଯୋଗୁ ସେମାନେ ନିଜ ବାଇକ ଯୋଗେ ଘରକୁ ପଳାଇଥିବା କିଛି ଲୋକ କହୁଛନ୍ତି। ବାଇକ ଗୁଡ଼ିକ କିଭଳି ଦୁର୍ଘଟଣାଗ୍ରସ୍ତ ହେଲା ତାହା ସଠିକ ଭାବେ ଜଣାପଡ଼ିନାହିଁ।