October 26, 2026

ଟ୍ରକ ଧକ୍କା ଦେବା ଫଳରେ କାରରେ ଯାତ୍ରା କରୁଥିବା ୫ ଜଣ ଯୁବକ ଆହତ

1 min read

ମାର୍ଶାଘାଇ ୨୬।୧o:ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଆଖଣ୍ଡଳମଣି ମନ୍ଦିର ନିକଟରେ କାରକୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବା ଫଳରେ କାରରେ ଯାତ୍ରା କରୁଥିବା ୫ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି l
ଘଟଣାରୁ ପ୍ରକାଶ, ମାର୍ଶାଘାଇ ଥାନା ବଡପାଳଡିଆ ଗ୍ରାମର ସମ୍ବିତ ନାୟକ ତାଙ୍କ ଦାଦା ପୁଅ ଭାଇ ଶେଖର ନାୟକ ସାଙ୍ଗ ଆଶିଷ ଦଳାଇ, ପ୍ରିୟାଂଶୁ ସ୍ବାଇଁ ଓ ପ୍ୟାରେଶ ଲେଙ୍କା ପାରାଦ୍ୱୀପରୁ ନିଜ କାର ଯୋଗେ ଘରକୁ ଫେରୁଥିଲେ l କୁସୁନପୁରସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା l ଯାହା ଫଳରେ କାରରେ ଥିବା ୫ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ l ସେମାନେ ବର୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଜଣେ ଯୁବକଙ୍କ ଅବସ୍ଥା ସଂକଟାପନ୍ନ ରହିଛି l ଏସମ୍ପର୍କରେ ବଡ଼ପାଳଦିଆ ଗ୍ରାମର ଦୁର୍ଘଟଣାର ଶିକାର ହୋଇଥିବା ସମ୍ବିତଙ୍କ ଭାଇ ସୁଜିତ କୁମାର ନାୟକ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିବା ଆଇଆଇସି ତପନ କୁମାର ନାୟକ ପ୍ରକାଶ କରିଛନ୍ତି।