September 15, 2026

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

1 min read

ଡେରାବିଶ,୧୨/୬:ଡେରାବିଶ ବ୍ଲକ ଜଅଁରାବାରିମୂଳ ପଞ୍ଚାୟତ ଅନ୍ତର୍ଗତ ଗରାମ ଗ୍ରାମର ଜଣେ ଯୁବକଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପ୍ରଫୁଲ୍ଲ ଦାସ ( ୩୨) ବୋଲି ଜଣା ଯାଇଛି। ଘଟଣା ରୁ ପ୍ରକାଶ ଯେ ଗରାମ ଗ୍ରାମର କୈଳାସ ଚନ୍ଦ୍ର ଦାସଙ୍କ ପୁଅ ପ୍ରଫୁଲ୍ଲ ଶୁକ୍ରବାର ମଧ୍ୟାହ୍ନରେ ନିକଟସ୍ଥ ବାରିମୂଳ ଗ୍ରାମ ନିକଟରେ ମଇଁଷି ଚରାଉଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ।ସେ ସଜ୍ଞାହିନ ହୋଇ ପଡ଼ିବାରୁ ସ୍ଥାନୀୟ ଲୋକେ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ମୃତ ପ୍ରଫୁଲ୍ଲଙ୍କର ଗୋଟିଏ ଛୋଟ ପୁଅ ଥିବା ଜଣାଯାଇଛି।ମୃତ ଶରୀରର ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।