ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ ଖ୍ରୀଷ୍ଟଚର୍ଜର ହେଗ୍ଲି ଓଭାଲରେ ଖେଳାଯାଉଛି
1 min read
ଖ୍ରୀଷ୍ଟଚର୍ଚ୍ଚ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ ଖ୍ରୀଷ୍ଟଚର୍ଜର ହେଗ୍ଲି ଓଭାଲରେ ଖେଳାଯାଉଛି। ଶୁକ୍ରବାର ମ୍ୟାଚର ପ୍ରଥମ ଦିନରେ ତାରକା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା କୌଣସି ୱିକେଟ ପାଇନଥିଲେ ମଧ୍ୟ ତାଙ୍କ ବୋଲିଂ ଆକ୍ସନ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ବୁମ୍ରା ସାଧାରଣତଃ ରନ୍ ଅପ ସମୟରେ ଦୁଇ ହାତରେ ବଲ ଧରି ଦୌଡି଼ଥାନ୍ତି। କିନ୍ତୁ ଏଥର ସେ ଦୁଇ ହାତକୁ ଅଲଗା କରି ଦୌଡ଼ୁଥିବାର ଦେଖୁବାକୁ ମିଳିଛି। ବୁମ୍ରାଙ୍କ ବୋଲିଂ ଆକ୍ସନକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ବୁମ୍ରା ତାଙ୍କ ବୋଲିଂ ଆକ୍ସନକୁ ଅଧିକ ଉନ୍ନତ କରିବା ପାଇଁ ଏପରି ପରିବର୍ତ୍ତନ କରିଛନ୍ତି ନାଁ : ଏହା ପଛରେ ୱିକେଟ ନେବାର କୌଣସି ନୂଆ ରଣନୀତି ରହିଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଥମ ଦିନରେ ବୁମ୍ରା ୧୯ ଓଭର ବୋଲିଂ କରି ୪ଟି ମେଡେନ ସହ ୩୭ରନ ବ୍ୟୟ କରିଥିଲେ ମଧ୍ୟ କୌଣସି ୱିକେଟ ପାଇନଥିଲେ। ବୁମ୍ରା ୱେଲିଂଟନରେ ପ୍ରଥମ ଟେଷ୍ଟର ଦ୍ଵିତୀୟ ଇନିଂସରେ ମାତ୍ର ଗୋଟିଏ ୱିକେଟ ନେଇଥିଲେ। ଏହା ପରେ ସେ ୨୨୦ଟି ବଲ ପକାଇଥିଲେ ମଧ୍ୟ ଆଉ କୌଣସି ୱିକେଟ ପାଇନାହାନ୍ତି। ଯାହା ତାଙ୍କ କ୍ଷେତ୍ରରେ ଟେଷ୍ଟ କ୍ରିକେଟରେ ପ୍ରଥମ ଥର ଦେଖିବାକୁ ମିଳିଛି।


