November 28, 2026

ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ଜାନୁଆରୀ ୧୨ରୁ ଆରମ୍ଭ

1 min read

ବରଗଡ଼,୨୮ା୧୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ଜାନୁଆରୀ ୧୨ରୁ ଆରମ୍ଭ ହେବ। ଦୀର୍ଘ ୧୧ ଦିନ ବ୍ୟାପୀ ଏହି ମହୋତ୍ସବ ଜାନୁଆରୀ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ।

ଆସନ୍ତା ଧନୁଯାତ୍ରା ମହୋତ୍ସବ ପାଇଁ ଶୁକ୍ରବାର ଗତବର୍ଷରେ ମହାମନ୍ତ୍ରୀ ଭୂମିକାରେ ଅଭିନୟ କରିଥିବା ଗୋଲାପ ଚନ୍ଦ୍ର ଦାଶ ଧନୁଯାତ୍ରା ମହୋତ୍ସବରେ କଂସ ମହାରାଜ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଛନ୍ତି। ଏହାପରେ ଏଥର ମହାମନ୍ତ୍ରୀ ଭୂମିକାରେ କିଏ ଅଭିନୟ କରିବେ, ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଗତବର୍ଷ ହୋଇଥିବା ମହାମନ୍ତ୍ରୀ ଚୟନ ପ୍ରକିୟାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପାଇକମାଳ ବ୍ଲକ ଛିନ୍ଦେଇକେଲା ଗ୍ରାମର ଦୟାନନ୍ଦ ମାଝୀ ଏଥର ମହାମନ୍ତ୍ରୀ ଭୂମିକାରେ ଅଭିନୟ କରିବେ ବୋଲି ଶନିବାର ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ଘୋଷଣା କରିଛି।