July 27, 2026

ଆଜି ଓଡ଼ିଶାରେ ବିଜେପି ସରକାରକୁ ଦୁଇ ବର୍ଷ ପୁରିଛି।

1 min read

ଭୁବନେଶ୍ବର: ଆଜି ଓଡ଼ିଶାରେ ବିଜେପି ସରକାରକୁ ଦୁଇ ବର୍ଷ ପୁରିଛି। ଏହି ଅସରରେ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, ମୋର ପ୍ରିୟ ଓଡ଼ିଶାବାସୀ, ୧୨ ଜୁନ୍ ୨୦୨୪, ଆଜିକୁ ଠିକ୍ ଦୁଇ ବର୍ଷ ପୂର୍ବେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଆଶୀର୍ବାଦ ଓ ଅତୁଟ ଭରସାକୁ ପାଥେୟ କରି ରାଜ୍ୟରେ ଏକ ନୂତନ ସୁଶାସନ ଯୁଗର ଶୁଭାରମ୍ଭ ହୋଇଥିଲା। ଏହି ମାଟିର ପୁଅ ଭାବେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ଆପଣମାନଙ୍କ ସେବା କରିବାର ପବିତ୍ର ଦାୟିତ୍ୱ ମୋତେ ମିଳିଥିଲା।