ରାଜ୍ୟରେ ଦିନକୁ ଦିନ ଶୀତ ବଢିବାରେ ଲାଗିଛି
1 min read
ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ଶୀତ ବଢିବାରେ ଲାଗିଛି। ସକାଳୁ ସକାଳୁ ଶୀତ ଅନୁଭୂତ ହେବା ସହ ଅନେକ ସ୍ତାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି। ତେବେ ଆସନ୍ତା ୫ରୁ ୬ ତାରିଖ ବେଳକୁ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ କମିପାରେ । ଉତ୍ତର-ପଶ୍ଚିମ ଦିଗରୁ ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ଥଣ୍ଡା ବଢ଼ିବା ସମ୍ଭାବନା ରହିଛି । ୧୦ ଡିଗ୍ରୀ ତଳେ ରହିଛି ଦୁଇ ସହର। ସେମିଳିଗୁଡାରେ ୭.୧ ଡିଗ୍ରୀ , ଜି.ଉଦୟଗିରିରେ ୭.୬ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡିରେ ୧୦ ଡିଗ୍ରୀ , ଝାରସୁଗୁଡାରେ ୧୦.୮ ଡିଗ୍ରୀ , ଫୁଲବାଣୀରେ ୧୧ ଡିଗ୍ରୀ ଏବଂ ଭବାନୀପାଟଣାରେ ୧୨ ଡିଗ୍ରୀ ରହିଥିବା ସୂଚନା ମିଳିଛି।
୫ରୁ ଥରିବ ଓଡିଶା ! ୧୦ ଡିଗ୍ରୀ ତଳେ ଦୁଇ ସହର


