October 22, 2024

ଅଯୋଧ୍ୟା ରାମ ମନ୍ଦିରରେ ଦୁର୍ଘଟଣା

1 min read

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷାରେ ନିୟୋଜିତ ଥିବା ସ୍ପେଶାଲ ସିକ୍ୟୁରିଟି ଫୋର୍ସର ଜଣେ ଯବାନଙ୍କର ସନ୍ଦିଗ୍ଧ ଅବସ୍ଥାରେ ଗୁଳି ଲାଗିବାରୁ ମୃତ୍ୟୁ ହୋଇଛି । ଗୁଳି କେଉଁ ପରିସ୍ଥିତିରେ ତାଙ୍କ ଦେହରେ ବାଜିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନା ପାଇ ଏସ୍‌ଏସ୍‌ପି ଅ।ଇଜିଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ସ୍ଥାନୀୟ ପୋଲିସ୍‌ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଏହି ଯବାନ ଜଣକ ଅମ଼୍େବଦକର ନଗର ଅଞ୍ଚଳର । ବୁଧବାର ସକାଳୁ ସକାଳୁ ଗୁଳି ଚାଳନାର ଶବ୍ଦରେ ମନ୍ଦିରର ପରିସରରେ ଆତଙ୍କ ଖେଳିଯାଇଥିଲା । ପରେ ଏହି ଯବାନଙ୍କ ଦେହରେ ଗୁଳି ଲାଗିଥବା ଜଣାପ଼ଡ଼ିଥିଲା । ଯବାନଙ୍କ ନାମ ଶତ୍ରୁଘ୍ନ ବିଶ଼୍ବକର୍ମା ହୋଇଥିବା ବେଳେ ତାଙ୍କୁ ୨୫ ବର୍ଷ ବୟସ ବୋଲି ଜଣାପଡ଼ିଛି ।

ଶତ୍ରୁଘ୍ନଙ୍କ ଦେହରେ ଗୁଳି ବାଜିବା ପରେ ସାଥୀ ଯବାନମାନେ ତାଙ୍କ ନିକଟକୁ ଦୌଡ଼ିଯାଇଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଟ୍ରମାକେୟାରକୁ ରେଫର କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *