November 13, 2026

ଋତୁରାଜ ଗାଏକୱାଡ୍ ମାତ୍ର ୫ ରନ୍ କରି ଆଉଟ୍ ହେବାରୁ ଭାରତର ସ୍ଥିତି ଆହୁରି ସଙ୍ଗିନ

1 min read

ମାଉଣ୍ଟ ମାଉଙ୍ଗାନୁଇ: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ। ଏହି ମ୍ୟାଚ୍‌ରେ ଘରୋଇ ଦଳ ନ୍ୟୁଜିଲାଣ୍ଡ ୨୪୪ ରନ୍‌ର ବୃହତ୍ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି। ଏହା ଭାରତର ୫୨ ବର୍ଷର ଦିନିକିଆ କ୍ରିକେଟ୍ ଇତିହାସରେ ଦ୍ୱିତୀୟ ସର୍ବବୃହତ୍ ପରାଜୟ। ନ୍ୟୁଜିଲାଣ୍ଡର ୩୩୩ ରନ୍‌ର ଜବାବରେ ଭାରତୀୟ ଦଳ ମାତ୍ର ୮୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଓପନର ୱିଲ୍ ୟଙ୍ଗ୍‌ଙ୍କ ଶତକୀୟ ଇନିଂସ ବଳରେ ୩୩୩ ରନ୍‌ର ମଜଭୁତ ସ୍କୋର ଛିଡ଼ା କରିଥିଲା। ୟଙ୍ଗ୍ ୧୦୮ ବଲ୍‌ରୁ ୧୨୫ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୧୪ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ଏହାସହ ଟିମ୍ ସେଫର୍ଟ ୫୮ ଏବଂ ଫିନ୍ ଆଲେନ୍ ୪୧ ରନ୍ କରି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ।୩୩୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ…
ଏହାପରେ ଋତୁରାଜ ଗାଏକୱାଡ୍ ମାତ୍ର ୫ ରନ୍ କରି ଆଉଟ୍ ହେବାରୁ ଭାରତର ସ୍ଥିତି ଆହୁରି ସଙ୍ଗିନ ହୋଇପଡ଼ିଥିଲା। ଦଳୀୟ ସ୍କୋର ୯ ରନ୍‌ରେ ୪ ୱିକେଟ୍ ହରାଇଥିଲା। ଇଶାନ କିଶନ ଓ ଅକ୍ଷର ପଟେଲ କିଛି ସମୟ ଧରି ଲଢ଼େଇ କରିଥିଲେ। ଉଭୟଙ୍କ ମଧ୍ୟରେ ୪୪ ରନ୍‌ର ଭାଗୀଦାରି ହୋଇଥିଲେ ମଧ୍ୟ ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିପାରିନଥିଲା। ଅକ୍ଷର ୨୧ ରନ୍ କରିଥିବା ବେଳେ ଇଶାନ ୫୩ ବଲ୍‌ରୁ ୨୭ ରନ୍ କରିଥିଲେ।

ଅନ୍ୟ ବ୍ୟାଟରମାନେ ମଧ୍ୟ ନିରାଶ କରିଥିଲେ। ମ୍ୟାଟ୍ ହେନ୍‌ରୀ ୫ଟି ୱିକେଟ୍ ନେଇ ଭାରତୀୟ ବ୍ୟାଟିଂକୁ ଧ୍ୱସ୍ତ କରିଦେଇଥିଲେ। ନମନ ଧୀର ଓ ଅନ୍ୟ ବ୍ୟାଟରମାନେ ମଧ୍ୟ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଶେଷରେ ଭାରତ ୨୬.୪ ଓଭରରେ ମାତ୍ର ୮୯ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା।ଏହି ପରାଜୟ ଭାରତୀୟ ଦଳ ପାଇଁ ଏକ ବଡ଼ ଝଟ୍‌କା ହୋଇଥିବା ବେଳେ ସିରିଜ୍‌ରେ ଦଳର ସ୍ଥିତି ଓ ଆଗାମୀ ମ୍ୟାଚ୍‌କୁ ନେଇ ଚିନ୍ତା ବଢ଼ାଇଛି।