November 12, 2026

ନିୟମିତ ସୁନା ଦର ହ୍ରାସ ପାଉଛି

1 min read

ଭୁବନେଶ୍ବର: ପାର୍ବଣ ଋତୁରେ ସୁନା ଓ ରୁପା ଦରରେ ଯେଉଁ ହ୍ରାସର ଧାରା ଆରମ୍ଭ ହୋଇଥିଲା, ତାହା ଏବେବି ବଜାୟ ରହିଛି। ନିୟମିତ ସୁନା ଦର ହ୍ରାସ ପାଉଛି। ବିଗତ ୩ ଦିନରେ ଭୁବନେଶ୍ବରରେ ସୁନା ଓ ରୁପା ଯଥେଷ୍ଟ ଶସ୍ତା ହୋଇଛି। ଏହି ୩ ଦିନରେ ୨୨ କ୍ୟାରେଟ୍‌ ସୁନା ୪,୪୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ୪୮୦୦ ଟଙ୍କା ଶସ୍ତା ହୋଇଛି।

ସୁନା ଦର ପାଉଛି ହ୍ରାସ
ବଜାର ତଥ୍ୟ ଅନୁଯାୟୀ, ଗୁରୁବାର ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦର ୨୦୦୦ ଟଙ୍କା ହ୍ରାସ ପାଇ ୧,୨୮,୫୦୦ ଟଙ୍କାକୁ ଖସିଆସିଛି। ସେହିପରି, ୨୪ କ୍ୟାରେଟ୍‌ ସୁନା ଦର ୨୧୮୦ ଟଙ୍କା କମ୍‌ ହୋଇ ୧,୩୯,୮୦୦ ଟଙ୍କାରେ ପହଞ୍ଚିଛି। ବହୁଦିନ ପରେ ରୁପା କେଜି ମଧ୍ୟ ୨ ଲକ୍ଷ ଟଙ୍କା ସ୍ତରକୁ ହ୍ରାସ ପାଇଛି। ରୁପା ଦର ପ୍ରାୟତଃ ଅଧିକାଂଶ ଦିନ ସ୍ଥିର ଥିଲା। ଚଳିତ ମାସ ୪ରେ ସେଥିରେ ୧୦ ହଜାର ଟଙ୍କାର ବୃଦ୍ଧି ହୋଇଥିଲା। କିନ୍ତୁ ନଭେମ୍ବର ୬ ଓ ୧୧ରେ ସେଥିରେ ୫୦୦୦ ଟଙ୍କା ଲେଖାଏଁ ହ୍ରାସ ଘଟିଥିବାରୁ ଦରବୃଦ୍ଧିର ସେହି ପ୍ରଭାବ ସମ୍ପୂର୍ଣ୍ଣ ଦୂର ହୋଇଥିଲା।