October 15, 2024

ଭୋଟ୍‌ ଦେବାକୁ ଆସି ଫେରିଗଲେ ଭୋଟର

1 min read

VVPAT Election voting

ନିରାକାରପୁର: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଅନୁଷ୍ଠିତ ହୋଇଥିଲା।
ନିର୍ବାଚନ ନିୟମ ଅନୁଯାୟୀ, ସକାଳ ୭ଟାରୁ ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ସମସ୍ତ ମତଦାନ କେନ୍ଦ୍ରରେ ଭୋଟ୍‌ ଦେବା କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ମତଦାନ ଦେବା ଆରମ୍ଭରୁ ନିରାକାରପୁର ପଞ୍ଚାୟତରେ ଥିବା କ୍ଷେତ୍ରବାସୀ ସରକାରୀ ହାଇସ୍କୁଲରେ ମତଦାନ କେନ୍ଦ୍ର ୧୫୪ ଓ ୧୫୨ ପୋଲିଂ ହଲ୍‌ରେ ଯଥାକ୍ରମେ ୪୫ମିନିଟ୍‌ ଓ ୨୦ ମିନିଟ୍‌ ସମୟ ଧରି ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖା ଯାଇଥିଲା। ପରେ ଆସିଥିବା ବିଭାଗୀୟ ଟେକ୍ନିସିଆନଙ୍କର ହସ୍ତକ୍ଷେପ ପରେ ପୁଣି ପାଞ୍ଚଟି ମେଶିନ ସଚଳ ହୋଇଥିଲା। ତେବେ ଏନେଇ ଦାୟିତ୍ୱରେ ଥିବା ସେକ୍ଟର ଅଧିକାରୀ କୈଳାସ ଦଳେଇଙ୍କୁ ପଚାରିବାରୁ ଗୋଟିଏ ୪୫ ମିନିଟ୍‌ ଆଉ ଗୋଟେ ୨୦ ମିନିଟ୍‌ ଖରାପ ହୋଇଥିବା ନେଇ ମୁଁ ରିପୋର୍ଟ ଦେଇଛି ବୋଲି ସେ ସୂଚନା ଦେଇଛନ୍ତି। ଏଥିଯୋଗୁ କିଛି ମତଦାତା ବାଧ୍ୟରେ ନିରାଶ ହୋଇ ଫେରି ଯାଇଥିବା ବେଳେ ଆଉ କେତେକ ବୟସ୍କ ମତଦାତା ହଟହଟା ହୋଇଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ଦୁଃଖର ବିଷୟ ମତଦାନ କେନ୍ଦ୍ରରେ ଯେପରି ମତଦାତାମାନେ ସୁବିଧାରେ ମତଦାନ କରି ପାରିବେ ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଟେଣ୍ଟ ଓ ପିଇବା ପାଣିର ବ୍ୟବସ୍ଥା ଆଦି କରାଯିବାର ନିୟମ ଥିବା ବେଳେ ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ବୁଥ୍‌ଗୁଡ଼ିକରେ ପିଇବା ପାଣିର ଆବଶ୍ୟକ ବନ୍ଦୋବସ୍ତ ନ ହେବାରୁ ବସସ୍କ ବୃଦ୍ଧାବୃଦ୍ଧମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଥିଲା। ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ନିରାକାରପୁର ଥାନା ଅଧିକାରୀ ବିଶ୍ୱଜିତ୍‌ ରାଉତରାୟଙ୍କ ନେତୃତ୍ୱରେ ସ୍ବତନ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିବା ରାଉତରାୟ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *