ପିପିଲି ବିଧାୟକଙ୍କ ଗାଡ଼ି ଉପରକୁ ପଥରମାଡ଼
1 min read![](https://www.dinalipi.in/wp-content/uploads/2024/05/images-1-6.jpg)
ପୁରୀ: ଓଡ଼ିଶା ନିର୍ବାଚନ ମାହୋଲ ଏବେ ଖୁବ ସରଗରମ ରହିଛି । ବିଶେଷ କରି ପିପିଲି ରାଜନୀତି ଖୁବ ଚର୍ଚ୍ଚାରେ ରହିଛି । ଏହାଭିତରେ ଆଜି ପିପିଲି ବିଧାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ନିମାପଡ଼ା ତେରୁଣ୍ଡିଆ ଗାଁ ଭିତରେ ପିପିଲି ବିଧାୟକ ରୁଦ୍ରପ୍ରସାଦ ମହାରଥୀଙ୍କ ଗାଡ଼ି ଉପରକୁ ଦୁର୍ବୃତ୍ତ ପଥରମାଡ଼ କରିଛନ୍ତି । ଦୁବୃତ୍ତଙ୍କ ପଥରମାଡ଼ରେ ବିଧାୟକଙ୍କ ଗାଡ଼ି ଭାଙ୍ଗିଥିବା ସୂଚନା ମିଳିଛି । ତେବେ ବିଧାୟକ ରୁଦ୍ର ମହାରଥୀଙ୍କ ସ୍ଥିତି ବିଷୟରେ ବର୍ତ୍ତମାନ କିଛି ଜଣା ପଡ଼ିନାହିଁ ।