October 25, 2024

ରଥଯାତ୍ରାରେ ଭିଆଇପିଙ୍କୁ ମନ୍ଦିର ପ୍ରବେଶ ମନା

1 min read

ପୁରୀ : ଆସନ୍ତା ୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୭ ତାରିଖରେ ରାଷ୍ଟ୍ରପତି ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଣୁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ମନ୍ଦିରରେ ଭିଆଇପିଙ୍କ ପ୍ରବେଶ ଉପରେ କଟକଣା କରାଯାଇଛି। ସୋମବାର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଆଇନମନ୍ତ୍ରୀଙ୍କ ସୂଚନା ଅନୁସାରେ, ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ପଦକ୍ଷେପ ନିଆଯାଇଛି। ଆସନ୍ତା କାଲି ଅର୍ଥାତ ମଙ୍ଗଳବାର ରଥଯାତ୍ରା ସମ୍ପର୍କିତ ଚୂଡ଼ାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ରଥଯାତ୍ରା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିବେ।

Leave a Reply

Your email address will not be published. Required fields are marked *