January 15, 2025

କମିଲା ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର୍‌ ଦର

1 min read

ନୂଆଦିଲ୍ଲୀ: ଦେଶରେ କମିଲା ବାଣିଜ୍ୟିକ ଏଲ୍‌ପିଜି ଦର। ସୋମବାର ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଭଳି ମେଟ୍ରୋ ସହର ସମେତ ସମଗ୍ର ଦେଶରେ ୧୯ କିଲୋଗ୍ରାମ୍‌ର ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଉପରେ ୩୦ ଟଙ୍କା ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ। ଘୋଷଣା ହେବା ସହିତ ସଂଶୋଧିତ ହାର ତୁରନ୍ତ କାର୍ଯ୍ୟକାରୀ ହୋଇଛି।
ନୂଆଦିଲ୍ଲୀରେ ଏବେ ଏକ ବାଣିଜ୍ୟିକ ସିଲିଣ୍ଡରର ସଂଶୋଧିତ ମୂଲ୍ୟ ୧,୬୪୬ ଟଙ୍କା। ଯାହା ପୂର୍ବରୁ ଥିବା ୧,୬୭୬ଟଙ୍କାଠାରୁ ୩୦ ଟଙ୍କା କମ୍‌। ସେହିପତି ମୁମ୍ବାଇରେ ଏହାର ମୂଲ୍ୟ ୧,୬୨୯ରୁ ୧,୫୯୮ଟଙ୍କାକୁ ହ୍ରାସ ପାଇଛି।

Leave a Reply

Your email address will not be published. Required fields are marked *