October 25, 2024

ରାଜଧାନୀରେ ଡ୍ରେନ ଟ୍ରାଜେଡି ପରେ ଚେତିଲା ପ୍ରଶାସନ

1 min read

ଭୁବନେଶ୍ୱର : ରାଜଧାନୀରେ ଡ୍ରେନ ଟ୍ରାଜେଡି ପରେ ଚେତିଲା ପ୍ରଶାସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ । ସପ୍ତାହକ ଭିତରେ ସରିବ ଡ୍ରେନ ବାରିକେଡ୍ କାମ । ଏନେଇ ବିଏମସି କମିଶନର ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି । ଭୁବନେଶ୍ଵର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ ରହିଛି । ସେଥିରୁ ବିଏମସି ଅଧୀନରେ ୧୩୮୦ କିଲୋମିଟର ଡ୍ରେନ ଅଛି । ଏହା ଭିତରୁ ୨୭ କିଲୋମିଟର ମୁକୁଳା ଡ୍ରେନ ରହିଛି । ସବୁ ମୁକୁଳା ଡ୍ରେନ ଚିହ୍ନଟ ହୋଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ସ୍ଲାବ୍ କାମ ସରିବ ବୋଲି ସୂଚନା ଦେଇଛନ୍ତି ।

ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ କାମ ସରିବ । କିଛି ସ୍ଥାନରେ ଡ୍ରେନ ଉପରେ ଜବରଦଖଲ ରହିଛି । ବିଭିନ୍ନ ବିଭାଗ ସହ ସମନ୍ଵୟ ବୈଠକ କରାଯାଇ ଜବରଦଖଲ ଉଛେଦ ପାଇଁ ପଦକ୍ଷେପ ନିଆଯାଉଛି । ବ୍ୟାରିକେଡ଼ ପାଇଁ ୩୪ଟି ସ୍ଥାନ ଚିହ୍ନଟ ହୋଇଛି । ସପ୍ତାହକ ଭିତରେ ଏସବୁ ସ୍ଥାନରେ ବ୍ୟାରିକେଡ଼ ଲାଗିବ ।

ସୂଚନାନୁସାରେ,ଚଳିତ ଜୁନ ୧୮ ତାରିଖ ଦିନ ଦିନ ୨ ତା ବେଳକୁ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ଏହିସମୟରେ ଲକ୍ଷ୍ମୀସାଗର ୟୁନିଟ -୩ ମସଜିଦ କଲୋନୀର ଜଣେ ୧୦ ବର୍ଷର ନାବାଳକ ପାଣିରେ ଭାସୁଥିବା ଏକ ବେଲୁନ ଆଣିବାକୁ ଯାଇ ଡ୍ରେନରେ ଭାସି ଯାଇଥିଲା । ପ୍ରାୟ ଘଣ୍ଟାଏ ପରେ ଓସ୍କାର ସିଟି ପାଖ ଡ୍ରେନରୁ ନାବାଳକକୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *