୩୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ରାଜସ୍ୱ ନିରୀକ୍ଷକ
1 min read
ପିପିଲି: ଏକ ଚାଷ ଜମିର ଘରବାରି କିସମ ପରିବର୍ତନ ପାଇଁ ଆବେଦନକାରୀଙ୍କ ଠାରୁ ୩୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ପିପିଲି ତହସିଲ ଅଧୀନ ସିଉଳା ରାଜସ୍ୱ ନିରୀକ୍ଷକ କଲ୍ୟାଣୀ ଜେନା ଓ ସହ ରାଜସ୍ୱ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ରଙ୍ଗେହାତ ଧରାପଡ଼ିଛନ୍ତି।
ଭିଜିଲାନ୍ସ ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଧଉଳି ଅଞ୍ଚଳର ରଶ୍ମି ରଞ୍ଜନ ପଣ୍ଡା ନିଜ ଚାଷ ଜମିର ଘରବାରି କିସମ ପରିବର୍ତ୍ତନ ପାଇଁ ଅନ୍ଲାଇନ୍ ଆବେଦନ କରିଥିଲେ। ନଜର ଆବେଦନର ଅଗ୍ରଗତି ସମ୍ପର୍କରେ ସେ ଉଭୟ ଏଆର୍ଆଇ ଓ ଆର୍ଆଇଙ୍କୁ ସାକ୍ଷାତ କରିଥିଲେ। ତେବେ ଏଥିପାଇଁ ସେମାନେ ୩୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ।


