September 7, 2026

ଲିଙ୍ଗେଶ୍ୱର ମନ୍ଦିର ନିକଟରେ ଥିବା ସରସ୍ୱତୀ ଶିଶୁ ମନ୍ଦିରକୁ ପିଲାମାନଙ୍କୁ ଛାଡିବାକୁ ଯାଉଥିବା ସମୟରେ ଦୁର୍ଘଟଣା

1 min read

ଯାଜପୁର: ଯାଜପୁର ବ୍ଲକ ମୂଳାପାଳସ୍ଥିତ ଲିଙ୍ଗେଶ୍ୱର ମନ୍ଦିର ନିକଟରେ ଥିବା ସରସ୍ୱତୀ ଶିଶୁ ମନ୍ଦିରକୁ ପିଲାମାନଙ୍କୁ ଛାଡିବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ହୋଇଛନ୍ତି ଅଭିଭାବକ ଅଶୋକ ସାହୁ ଓ ତାଙ୍କ ପୁଅ ଆଶୀଷ ସାହୁ, ଝିଅ ଆଦ୍ୟାଶା ସାହୁ ଏବଂ ଅନ୍ୟ ଜଣେ ଛାତ୍ର ସାଇଲ ଓଝା।

କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର
ଅଶୋକ ନିଜ ପୁଅ ଝିଅ ସହ ଅନ୍ୟ ଜଣେ ଛାତ୍ରଙ୍କୁ ଏକ ବାଇକ ଯୋଗେ ବିଦ୍ୟାଳୟ ନେଇ ଯାଉଥିବା ବେଳେ ଜାତୀୟ ରାଜପଥରେ ଏକ କାର୍ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସମସ୍ତେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ୪ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।