ହତ୍ୟା ମାମଲାର ବିଚାର:ଆଜୀବନ କାରାଦଣ୍ଡରେ ଦଣ୍ଡିତ
1 min read
ଗୁଣପୁର: ଏକ ହତ୍ୟା ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲାଜଜ୍ (ଏଡିଜେ) ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନାନୁସାରେ, ୨୦୨୩ ଜୁଲାଇ ୨୧ରେ ଗୁଣପୁର ବ୍ଲକ୍ ସିରିଝୋଲି ଗ୍ରାମରେ ଏସ୍ ରମେଶଙ୍କୁ ରାତି ଶୋଇଥିବା ବେଳେ କେହି ଟଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହି ଘଟଣାରେ, ମୃତକଙ୍କ ସମ୍ପର୍କୀୟ ବୁଜିଙ୍କ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ମୃତକଙ୍କ ସମ୍ପର୍କୀୟ ସିଙ୍ଗିପୁରମ୍ ବୁଡୁ (୫୫)କୁ ଗିରଫ କରିଥିଲେ।
ଆଜି (ସୋମବାର) ସମସ୍ତ ପକ୍ଷର ଯୁକ୍ତ, ସାକ୍ଷ୍ୟ, ପ୍ରମାଣ ଆଧାରରେ ଏଡିଜେ ଦେବଦତ୍ତ ପଟ୍ଟନାୟକ ଉକ୍ତ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ସମୁଦାୟ ୧୨ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଅଭିଯୁକ୍ତ ଜଣକ ହତ୍ୟା କରିଥିବା ଦିନଠାରୁ ଗୁଣପୁର ଉପକାରାଗାରରେ ବିଚାରଧୀନ କଏଦୀ ଭାବେ ରହିଥିଲେ। ଆଜି ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଣି ହେବାପରେ ଜେଲ ହାଜତକୁ ପଠାଇ ଦିଆଯାଇଛି।


