ବ୍ରିଜ୍ର ଏକ ଖୁଣ୍ଟରୁ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର
1 min read
ବରୀ: ବରୀ ଥାନା ଅନ୍ତର୍ଗତ ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ-କାକୁଡିକୁଦ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଅର୍ଦ୍ଧନିର୍ମିତ ବ୍ରିଜ୍ର ଏକ ଖୁଣ୍ଟରୁ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଦୀର୍ଘ ଦିନ ହେବ ସେଠାରେ ଝୁଲି ରହିଥିବା ଅନୁମାନ କରାଯାଉଛି।
ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ମୃତ୍ୟୁର କାରଣ ଓ ପରିଚୟ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।


