Categories

February 9, 2026

ଭିଜିଲାନ୍ସ ହାବୁଡ଼ରେ ଦୁଇ ବୟନ ଶିଳ୍ପ ଇନ୍ସପେକ୍ଟର

1 min read

ବୌଦ୍ଧ: ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ବୌଦ୍ଧ ବୟନ ଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଦୁଇ ଇନ୍ସପେକ୍ଟର। ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଦୁଇ ବୟନ ଶିଳ୍ପ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସଙ୍କୁ ଧରିଛି ବୌଦ୍ଧ ଭିଜିଲାନ୍ସ ଟିମ।

ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବୈଦ୍ୟନାଥପୁର ଗଜାନନ ତନ୍ତ ସମବାୟ ସମିତିର ୧୩ ଲକ୍ଷ ୩୧ ହାଜର ଟଙ୍କାର ବିଲ ରିଲିଜ ପାଇଁ କାମ କରାଇଦେବାକୁ ସମିତି ସମ୍ପାଦକ ପଞ୍ଚାନନ ମେହେରଙ୍କୁ ଲାଞ୍ଚ ମାଗିଥିଲେ ଦୁଇ ଇନ୍ସପେକ୍ଟର। ଏ ସମ୍ପର୍କରେ ପଞ୍ଚାନନ ମେହେର ବୌଦ୍ଧ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ପୂର୍ବ ଯୋଜନା ମୁତାବତ ଶୁକ୍ରବାର ଦିନ ପଞ୍ଚାନନ ମେହେର ୧୦ ହଜାର ଟଙ୍କା ଦୁଇ ବୟନ ଶିଳ୍ପ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଓ ଆଦିତ କୁମାର ଦାସଙ୍କୁ ଦେବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଅଧିକାରୀ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ୧୦ ହଜାର ଟଙ୍କା ଜବତ କରିଛନ୍ତି।

ଦୁଇ ବୟନ ଶିଳ୍ପ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟ, ବାସଭବନ ସହ ଭଡ଼ାଘରେ ଭିଜିଲାନ୍ସ ପକ୍ଷରୁ ଛଢ଼ଉ କରାଯାଇଛି