November 9, 2025

ଆନନ୍ଦବଜାରରେ ବିକ୍ରେତାଙ୍କ ପାଇଁ ନୂଆ ଡ୍ରେସକୋଡ

1 min read

ପୁରୀ: ପୁରୀ ଶ୍ରୀମନ୍ଦିର ଆନନ୍ଦବଜାରରେ ବିକ୍ରେତାଙ୍କ ପାଇଁ ଲାଗୁ ହେବ ଡ୍ରେସକୋଡ। ଆନ୍ଦବଜାରରେ ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ ସହାୟକମାନଙ୍କ ପାଇଁ ଏହି ଡ୍ରେସକୋଡ କରାଯିବ। ଏହି ଡ୍ରେସ ଗେରୁଆ ରଙ୍ଗର ରହିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରୀମନ୍ଦିର ପ୍ରଶାସନର ସ୍ଵୀକୃତି କ୍ରମେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଆନନ୍ଦବଜରରେ ଏହି ବ୍ୟବସ୍ଥା କରାଯାଇଛି। ଯେଉଁମାନେ ସହାୟକ ରହିଛନ୍ତି ସେମାନେ ଡିସେମ୍ବର ୨୫ ତାରିଖରୁ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଆନନ୍ଦବଜାରକୁ ଆସିବେ।

କେବଳ ସେତିକି ନୁହେଁ ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି। ଦୋକାନ ମାଲିକଙ୍କ ବ୍ୟତୀତ ଅନ୍ୟ କେହି ମହାପ୍ରସାଦ ବିକ୍ରି କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅନ୍ନ ମହାପ୍ରସାଦ ଏବଂ ଶୁଖିଲା ପ୍ରସାଦ ବିକ୍ରି କରୁଥିବା ସୁପକାରମାନଙ୍କୁ ଜଣେ ଲେଖାଏଁ ସହାୟକ ରଖିବାକୁ ଅନୁମତି ମିଳିଛି।

ଏହାସହ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ଲାଗି ଏକ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ବିଶୃଙ୍ଖଳା ରୋକିବା ଏବଂ ତଦାରଖ କରିବା ପାଇଁ ୨୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ଏମାନେ ପର୍ଯ୍ୟାୟ କ୍ରମେ ୮ ଘଣ୍ଟିଆ ଡ୍ୟୁଟି କରିବେ।