ପୋଖରୀରେ ଗାଧୋଉଥିବା ବେଳେ ପାଣିରେବୁଡ଼ି ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ
1 min read
ନୀଳଗିରି: ପୋଖରୀରେ ଗାଧୋଉଥିବା ବେଳେ ପାଣିରେବୁଡ଼ି ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ। ୨ ପରିବାରରେ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନାଯୋଗ୍ୟ, ରେମୁଣା ବ୍ଲକ ନୂଆଗାଁ ପଞ୍ଚାୟତ ଭୂଇଁପଡା ଗ୍ରାମରେ ସଞ୍ଜୟ ମଲ୍ଲିକଙ୍କ ଝିଅ ଅନ୍ନପୂର୍ଣ୍ଣ।(୧୦)ଓ ସମ୍ପର୍କୀୟ ଭାଇ ସୁଜିତ ମଲ୍ଲିକଙ୍କର ଝିଅ ଅନ୍ୟାଶା(୧୦) ଗାଁ ପୋଖରୀକୁ ୧୧ଟା ସମୟ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ଦୁହେଁ ପାଣିରେ ବୁଡ଼ି ଯାଇଥିଲେ।
ପୋଖରୀ ଗାଧୋଉଥିବା ୨ ନାବାଳିକା ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ପୋଖରୀରେ ଖୋଜି ପାଇଲା ପରେ ଉଭୟଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କଲା ପରେ ହସ୍ପିଟାଲରେ ଶୋଳାକୁଳ ପରିବେଶ ସୃଷ୍ଟି ହୋଇଛି।


