ବୈଦେଶିକ ବିଭାଗ ଅଧିକାରୀ ଇଭାନ ଏ ଫିଗେନବାଗ ଭାରତ ଉପରେ ଶୁଳ୍କ ଧମକକୁ ଟ୍ରମ୍ପ ପ୍ରଶାସନର ଦୋମୁହାଁ ମାନଦଣ୍ଡ ବୋଲି ବର୍ଣ୍ଣନା
1 min read
ୱାସିଂଟନ: ଆମେରିକାର ଜଣେ ପୂର୍ବତନ ଅଧିକାରୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଭଳି ଦେଶ ଉପରେ ରୁଷୀୟ ତୈଳ କିଣିବା ପାଇଁ ୧୦୦% ଶୁଳ୍କ ଲଗାଇବା କପଟ କୌଶଳ ଧମକ ଉପରେ ପ୍ରଶ୍ନ ଉଠାଇଛନ୍ତି। ଆମେରିକାର ପୂର୍ବତନ ବୈଦେଶିକ ବିଭାଗ ଅଧିକାରୀ ଇଭାନ ଏ ଫିଗେନବାଗ ଭାରତ ଉପରେ ଶୁଳ୍କ ଧମକକୁ ଟ୍ରମ୍ପ ପ୍ରଶାସନର ଦୋମୁହାଁ ମାନଦଣ୍ଡ ବୋଲି ବର୍ଣ୍ଣନା କରି ଏହାର ପର୍ଦ୍ଦାଫାସ କରିଛନ୍ତି। ସେ ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ରୁଷର ଘନିଷ୍ଠ ସହଯୋଗୀ ବେଲାରୁସରୁ ପୋଟାସ୍ କିଣିବା ପାଇଁ ପ୍ରସ୍ତାବିତ ପ୍ରମୁଖ ଚୁକ୍ତିକୁ ଟାର୍ଗେଟ କରିଛନ୍ତି। ଟ୍ରମ୍ପ୍ ସମ୍ପ୍ରତି କହିଛନ୍ତି ଯେ, ଆମେରିକା ବେଲାରୁସରୁ ପୋଟାସ୍ କିଣିବା ପାଇଁ ଏକ ପ୍ରମୁଖ ଚୁକ୍ତି ଉପରେ କାମ କରୁଛି। ଏହି ପୋଟାସ୍ର ମୂଲ୍ୟ ବର୍ତ୍ତମାନ କାନାଡାକୁ ଦିଆଯାଉଥିବା ମୂଲ୍ୟ ଅପେକ୍ଷା ବହୁତ କମ୍ ହେବ। ଉଲ୍ଲେଖନୀୟ ଯେ, ବେଲାରୁଷ ମସ୍କୋ ସହିତ ଘନିଷ୍ଠ ଭାବରେ ଜଡିତ। ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ ପୁଟିନଙ୍କ ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରିଛନ୍ତି।
ଫିଗେନବାଉମ୍ ଯୁକ୍ତି ଦେଇଛନ୍ତି, ରୁଷ ସହିତ ଆର୍ଥିକ ସମ୍ପର୍କ ଥିବା ଦେଶଗୁଡ଼ିକ ପ୍ରତି ୱାସିଂଟନର ମନୋଭାବ ଏକ ଦୋମୁହାଁ ମାନଦଣ୍ଡ ପରି ମନେହୁଏ, ବିଶେଷକରି ଯେହେତୁ ଭାରତ ରୁଷ ଅଶୋଧିତ ତୈଳ କିଣିବା ପାଇଁ ଆମେରିକାର ଶୁଳ୍କ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରେ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଲେଖିଛନ୍ତି,ଗୋଟିଏ ପଟେ ଆମେରିକା ରୁଷୀୟ ତୈଳ କିଣିବା ପାଇଁ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇ ଏହାକୁ ବର୍ତ୍ତମାନ ଆଇନରେ ପରିଣତ କରିଛି। ଅପରପକ୍ଷରେ ଟ୍ରମ୍ପ ବେଲାରୁଷରୁ ପୋଟାସ୍ କିଣିବାକୁ କହୁଛନ୍ତି। କିନ୍ତୁ ବେଲାରୁଷ ଏକ ରୁଷୀୟ ପ୍ରକ୍ସି ଏବଂ ରୁଷ ଉପରେ ଅତ୍ୟଧିକ ନିର୍ଭରଶୀଳ ବୋଲି ଟ୍ରମ୍ପ ଜାଣିଛନ୍ତି। ଆମେରିକା ତେଲ ବ୍ୟତୀତ ରୁଷରୁ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ କିଣୁଛି ବୋଲି ସେ କହିଛନ୍ତି। ଅନ୍ୟମାନଙ୍କୁ ମନା କରି ଟ୍ରମ୍ପ ନିଜେ ବିପରୀତ କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି।


