September 22, 2026

ଆଗାମୀ ୨୩ ସେପ୍ଟେମ୍ବର ୨୦୨୬ ପାଇଁ ‘ଅରେଞ୍ଜ୍ ୱାର୍ଣ୍ଣିଂ’ ଏବଂ ୨୪ ଓ ୨୫ ସେପ୍ଟେମ୍ବର ୨୦୨୬ ପାଇଁ ‘ରେଡ୍ ୱାର୍ଣ୍ଣିଂ’ ଜାରି କରାଯାଇଛି

1 min read

ନବରଙ୍ଗପୁର: ପୂର୍ବ-କେନ୍ଦ୍ରୀୟ ଏବଂ ତତ୍‌ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଏବଂ ଆଗାମୀ ଦିନଗୁଡ଼ିକରେ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଆଭାସୀ ମାଧ୍ୟମରେ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ସମୀକ୍ଷା କରିଛନ୍ତି।

ଆଇଏମଡିର ଆକଳନ ଅନୁଯାୟୀ, ଆଗାମୀ ୨୩ ସେପ୍ଟେମ୍ବର ୨୦୨୬ ପାଇଁ ‘ଅରେଞ୍ଜ୍ ୱାର୍ଣ୍ଣିଂ’ ଏବଂ ୨୪ ଓ ୨୫ ସେପ୍ଟେମ୍ବର ୨୦୨୬ ପାଇଁ ‘ରେଡ୍ ୱାର୍ଣ୍ଣିଂ’ ଜାରି କରାଯାଇଛି। ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡ଼. ସ୍ୱାଇଁ କ୍ଷେତ୍ରସ୍ତରରେ ଗ୍ରହଣ କରାଯାଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପର ସମୀକ୍ଷା କରିବା ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର ଓ ବିଡିଓମାନଙ୍କର ଛୁଟି ବାତିଲ କରାଯାଇଛି। ସେମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ସଜାଗ ଓ ଉପସ୍ଥିତ ରହିବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ପୂର୍ବାନୁମତି ବିନା ମୁଖ୍ୟାଳୟ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପଞ୍ଚାୟତ ଏବଂ ବ୍ଲକସ୍ତରରେ ଚୂଡା, ଚାଉଳ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥିତି ସମୀକ୍ଷା କରିବା ସହ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ସାମଗ୍ରୀର ଅଭାବ ନହେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବାକୁ ସମସ୍ତ ବିଡିଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।