ଆଜି ଘଷିପୁରାରୁ ନାମାଙ୍କନ ଭରିଲେ ସୌମ୍ୟରଞ୍ଜନ
1 min read
CREATOR: gd-jpeg v1.0 (using IJG JPEG v62), quality = 82
ସ୍ଵାଧୀନ ପ୍ରାର୍ଥୀ ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି | ସେ କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ ।ସୌମ୍ୟରଞ୍ଜନ ନିଜ ସମର୍ଥକଙ୍କ ସହିଚ କେନ୍ଦୁଝର ଜିଲାର ସୀମାନ୍ତ ଜରଦା ଗେଟଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବଡ଼ ପଦନା ଛକ ଦେଇ ସାଇଁ କୂଳଠାରେ ପହଞ୍ଚିବା ପରେ ବେଲବାହାଳୀ ମାର୍କେଟ ଦେଇ ଶାଳପଡା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ପଛପଟ ପଡ଼ିଆରେ ଏକତ୍ରୀତ ହୋଇଥିଲେ।
ନିଜ ସମର୍ଥକଙ୍କ ସହ ଯାଇ ଆଜି ସେ ଆନନ୍ଦପୁର ଉପାଜିଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସୌମ୍ୟରଞ୍ଜନ ନିଜ ସମର୍ଥକଙ୍କ ସହିଚ କେନ୍ଦୁଝର ଜିଲାର ସୀମାନ୍ତ ଜରଦା ଗେଟଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଅପରାହ୍ନ ୨ ଘଟିକା ସମୟରେ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସୂଚନାନୁସାରେ,ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ କଟକ-ବାରବାଟୀର ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ନିଜ ନାମାଙ୍କନ ଭରିଛନ୍ତି । ସେହିପରି ଭୁବନେଶ୍ୱର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ ମଧ୍ୟ ଖୋର୍ଦ୍ଧା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିବେ । ବେଗୁନିଆ ବିଧନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ବି ଆଜି ନିଜ ନାମାଙ୍କନ ଭରିବେ ।