July 27, 2024

ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଭୁବନେଶ୍ୱରରେ ଓହ୍ଲାଇପାରିଲାନି

1 min read

ଭୁବନେଶ୍ୱର : ପୁଣି ଝାରସୁଗୁଡା ଫେରି ଯାଇଛି ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର | ପାଗ ବଦଳିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଭୁବନେଶ୍ୱରରେ ଓହ୍ଲାଇ ପାରିନଥିଲା | କାଳବୈଶାଖୀ ପବନ ଯୋଗୁଁ ଭୁବନେଶ୍ୱରେ ଓହ୍ଲାଇ ନପାରି ଝାରସୁଗୁଡ଼ାରେ ସୁରକ୍ଷିତ ଭାବରେ ଲ୍ୟ|ଣ୍ଡିଂ କରିଛି ମୁଖ୍ୟମନ୍ତ୍ରୀଙ୍କର ହେଲିକେପ୍ଟର | ପାଗ ବଦଳିବା ପରେ ହେଲିକପ୍ଟର ଝାରସୁଗୁଡ଼ାରୁ ବାହାରିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଖଡ଼ିଆଳରୁ ମୁଖ୍ୟମନ୍ତ୍ରୀ ସଭାସାରି ଫେରିଲା ବେଳେ ଭୁବନେଶ୍ୱରରେ ଅବତରଣ କରିପାରିନଥିଲା ହେଲିକପ୍ଟର।

ସୂଚନାନୁସାରେ ଆଜି ମଧ୍ୟାହ୍ନରୁ ଅଚାନକ ଭାବରେ ଭୁବନେଶ୍ୱରର ପାଣିପାଗର ପରିବର୍ତନ ହୋଇଥିଲା | ଆଜି ଠାରୁ ୯ ତାରିଖ ପର୍ଯ୍ୟନ୍ତ ପାଣିପାଗର ପରିବର୍ତ୍ତନ ହେବ ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଥିଲା | କାଳବୈଶାଖୀ ପାଇଁ ଆଜି ୬ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିଲା | ଆଗାମୀ ଦିନ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ଝଡ ତୋଫାନ ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖ ପାଖରୁ ବର୍ଷାର ପରିମାଣ ବଢିବା ସହିତ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ଏହାର ପ୍ରଭାବ ରେ ଆଗାମୀ ଦିନରେ ୩ ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା କମିବ |

Leave a Reply

Your email address will not be published. Required fields are marked *