July 27, 2024

ନୂଆ କୋଚ୍ ହେବେ ଏହି ଭାରତୀୟ ଖେଳାଳି

1 min read

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ଵରେ ପୁଣି ଏକ ବିଶ୍ଵକପ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ ଭାରତ । ଦଳର ମୁଖ୍ୟ କୋଚ୍ ଭାର ସମ୍ଭଳିବେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ । ଟି-୨୦ ବିଶ୍ୱକପରେ ଶେଷ ଟୁର୍ଣ୍ଣାମେଣ୍ଟରେ ସେ କୋଚ୍ ଭାବରେ ମଇଦାନକୁ ଓହ୍ଲାଇବେ । ଏହାପରେ ଭାରତର ନୂଆ କୋଚ ତାଙ୍କ ସ୍ଥାନ ପୂରଣ କରିବେ । ଏଥିପାଇଁ ବିସିସିଆଇ ବିଜ୍ଞପ୍ତି ଜାରି କରିଥିବା ବେଳେ ୨ ଜଣଙ୍କୁ ପ୍ରସ୍ତାବ ଦେଇଛି । ଚେନ୍ନାଇ ସୁପର କିଙ୍ଗସର କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ ପ୍ରଥମ ଖେଳାଳି ହୋଇଥିବା ବେଳେ ଏବେ ଜଣେ ଭାରତୀୟ ଖେଳାଳିଙ୍କୁ ମଧ୍ୟ ବୋର୍ଡ ପ୍ରସ୍ତାବ ଦେଇଥିବା ଜାଣିବାକୁ ମିଳିଛି ।

ରାହୁଲ ଦ୍ରାବିଡଙ୍କ ପରେ କିଏ ଦଳର ମୁଖ୍ୟ କୋଚ୍ ହେବେ, ତାହାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗି ରହିଛି । ଟିମ ଇଣ୍ଡିଆର ପୂର୍ବତନ ବିଶ୍ୱବିଜେତା ଖେଳାଳି ତଥା ଷ୍ଟାର ଓପନର ଗୌତମ ଗମ୍ଭୀରଙ୍କୁ ଭାରତର ପରବର୍ତ୍ତୀ କୋଚ୍ ହେବା ପାଇଁ ବିସିସିଆଇ ପ୍ରସ୍ତାବ ରଖିଛି । ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ ମଧ୍ୟ ବୋର୍ଡର ପସନ୍ଦ ରହିଥିଲେ । ତେବେ ତାଙ୍କ ତରଫରୁ ମିଳିଥିବା ଉତ୍ତର ବିଷୟରେ କୌଣସି ସୂଚନା ମିଳି ନଥିବା ବେଳେ ବର୍ତ୍ତମାନ ଗୌତମ ଗମ୍ଭୀରଙ୍କୁ ବିସିସିଆଇ ପ୍ରସ୍ତାବ ଦେଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୌତମ ଗମ୍ଭୀର କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ କିମ୍ବା ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ କୋଚ୍ ପଦରେ ଦାୟିତ୍ୱ ନେଇନାହାନ୍ତି । ଏହାପରେ ମଧ୍ୟ ବୋର୍ଡ ତାଙ୍କୁ କେଚ୍ କରିବା ପାଇଁ ଆଶା କରିଛି । ତେବେ ଗମ୍ଭୀର ଆଇପିଏଲରେ କେବଳ ଜଣେ ମେଣ୍ଟର ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ୨୦୨୨-୨୩ ସିଜନରେ ଲକ୍ଷେ୍ନø ସୁପର ଜିଆଣ୍ଟସ ପାଇଁ ଏହି ଦାୟିତ୍ୱ ପାଇଥିବା ବେଳେ ଚଳିତର୍ବେ କୋଲକାତା ନାଇଟ ରାଇଡର୍ସ ପାଇଁ ସେ ମେଣ୍ଟର ହୋଇଛନ୍ତି । କିନ୍ତୁ ଅଭିଜ୍ଞ ନଥିଲେ ମଧ୍ୟ ତାଙ୍କୁ ମୁଖ୍ୟ କୋଚ୍ ପଦବୀ ପାଇଁ ବିସିସିଆଇ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି ।

ତେବେ ମେ ୨୬ ତାରିଖରେ ଆଇପିଏଲ ଫାଇନାଲ ମ୍ୟାଚ୍ ଖେଳାଯିବ । ଅନ୍ୟ ପକ୍ଷରେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ପାଇଁ ଆଶାୟୀ ମେ ୨୭ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଏହାପରେ ଦଳର ନୂଆ କୋଚ ଆସନ୍ତା ଜୁଲାଇ ୧ ତାରିଖରୁ ୩୧ ଡିସେମ୍ବର ୨୦୨୭(ଦିନିକିଆ ବିଶ୍ୱକପ) ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବେ । ଗୌତମ ଗମ୍ଭୀର ଟିମ ଇଣ୍ଡିଆର ୨ଟି ବିଶ୍ୱକପ (୨୦୦୭ ଏବଂ ୨୦୧୧) ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଗମ୍ଭୀର ଭାରତ ପାଇଁ ମୋଟ ୫୮ଟି ଟେଷ୍ଟ, ୧୪୭ଟି ଦିନିକିଆ ଓ ୩୭ଟି ଟି୨୦ ଇଣ୍ଟରନ୍ୟାସନାଲ ଖେଳିଛନ୍ତି । ତେବେ ଆଗକୁ ସେ କୋଚ୍ ପଦବୀ ଗ୍ରହଣ କରୁଛନ୍ତି ନା ବିସିସିଆଇ ଆଉ କାହାକୁ କେଚ୍ ଭାବରେ ଚୟନ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *