July 15, 2024

ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ଛତିଶା ନିଯୋଗ ସଦସ୍ୟଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

1 min read

ପୁରୀ : ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ଛତିଶା ନିଯୋଗ ସଦସ୍ୟଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପୁରୀ ଛତିଶା ନିଯୋଗର ସଦସ୍ୟମାନଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ଦିନ ରାଜ୍ୟ ଅତିଥି ଭବନଠାରେ ମୁଖ୍ୟମନ୍ତ୍ରୀ ପୁରୀ ଛତିଶା ନିଯୋଗର ସଦସ୍ୟମାନଙ୍କ ସହ ବୈଠକ କରିଥିଲେ। ଚଳିତ ବର୍ଷ ଗୋଟିଏ ଦିନରେ ୩ଟି ନୀତି ସହ ରଥଯାତ୍ରା କାର୍ଯ୍ୟ ସମ୍ପନ୍ନ ହେବ। ରଥଯାତ୍ରାର ସମସ୍ତ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ମୁଖ୍ୟମନ୍ତ୍ରୀ ଛତିଶା ନିଯୋଗର ସଦସ୍ୟମାନଙ୍କ ସହଯୋଗ କାମନା କରିଛନ୍ତି। ଛତିଶା ନିଯୋଗର ସଦସ୍ୟମାନେ ରଥଯାତ୍ରାରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହା ସହ ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ରଥଯାତ୍ରାକୁ ନେଇ ଛତିଶାନିଯୋଗ ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସେବାୟତମାନଙ୍କୁ ସ୍ଵାଗତ କରିଥିଲେ।

Leave a Reply

Your email address will not be published. Required fields are marked *