April 29, 2026

ବଲାଙ୍ଗୀରରେ ଉତ୍ସାହ ଉଦ୍ଦୀପନାର ସହ ଗଣପର୍ବ ନୂଆଖାଇ ପାଳନ ଆରମ୍ଭ ହୋଇଛି।

1 min read

ବଲାଙ୍ଗୀର: ବଲାଙ୍ଗୀରରେ ଉତ୍ସାହ ଉଦ୍ଦୀପନାର ସହ ଗଣପର୍ବ ନୂଆଖାଇ ପାଳନ ଆରମ୍ଭ ହୋଇଛି। ବଲାଙ୍ଗୀର ସମଲେଶ୍ବରୀ ମନ୍ଦିରରେ ଧାର୍ଯ୍ୟ ଲଗ୍ନ ଅନୁସାରେ, ଗୁରୁବାର ପୂର୍ବାହ୍ନ ୯ଟା ୪୭ରୁ ୧୧ଟା୧୧ମିନିଟ୍‌ ମଧ୍ୟରେ ପାରମ୍ପରିକ ରୀତିରେ ନବାନ୍ନ ଅର୍ପଣ କରାଯାଇଛି। ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ମୁଖ୍ୟ ପୂଜକ ଦେବୀଙ୍କୁ ନୂଆକୁଣ୍ଡା ଅର୍ପଣ କରି ସମସ୍ତ ପ୍ରାଣୀଙ୍କ ମଙ୍ଗଳ ବିଧାନ ପାଇଁ ପ୍ରାର୍ଥନା କରିଛନ୍ତି। ଦେବୀଙ୍କ ନୂଆକୁଣ୍ଡା ନେଇ ଲୋକେ ଘରକୁ ଫେରିବା ପରେ ପାରମ୍ପରିକ ରୀତିନୀତିରେ ପ୍ରତ୍ୟେକ ଘରେ ନିଜ କୁଳ ଦେବାଦେବୀଙ୍କ ଠାରେ ନବାନ୍ନ ଲାଗିଛି । ସମାନ ବିଧିରେ ଦେବୀ ପାଟଣେଶ୍ବରୀଙ୍କ ମନ୍ଦିରରେ ମଧ୍ୟ ନୂଆ ଲାଗିଛି। ଏହାପରେ ଶ୍ରଦ୍ଧାଳୁମାନେ ଇଷ୍ଟଦେବୀ ପାଟଣେଶ୍ୱରୀ, ସମଲେଶ୍ବରୀ ମନ୍ଦିରକୁ ଆସି ଦର୍ଶନ କରିବା ପରେ ପାରମ୍ପରିକ ନୂଆଖାଇ ଜୁହାର ଭେଟ ଆରମ୍ଭ ହୋଇଯାଇଛି।