April 29, 2026

ନୂଆଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ

1 min read

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ। ଆସନ୍ତା ୨୮ ତାରିଖକୁ ଲଗ୍ନ ଧାର୍ଯ୍ୟ ହୋଇଥିବାବେଳେ ଏହି ଦିନ ମା’ ସମଲେଇଙ୍କ ପାଖରେ ଲାଗି ହେବ ନବାନ୍ନ। ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ପକ୍ଷରୁ ଏହି ଲଗ୍ନ ଧାର୍ଯ୍ୟ କରାଯାଇଛି। ୨୮ ତାରିଖ ସକାଳ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି ହେବା ନେଇ ସମୟ ସ୍ଥିରୀକୃତ ହୋଇଛି।