July 27, 2024

କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ଦିନ ବି ଛୁଟି ନେଇନାହାନ୍ତି ମୋଦୀ

1 min read

ନୂଆଦିଲ୍ଲୀ: କର୍ମମୟ ଜୀବନ ଭିତରେ କେବେ ଛୁଟି ଟିକେ ମିଳିବ, ଛୁଟିରେ କଣ ସବୁ କରିବେ ସେ ସବୁ ଯୋଜନା ଆପଣ ନିଶ୍ଚୟ କରୁଥିବେ | ତେବେ ଆପଣ ଜାଣନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବେ ଛୁଟି ନିଅନ୍ତି ନାହିଁ | ଗତ ନଅ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ କେତେ ଦିନ ଛୁଟି ନେଇଛନ୍ତି? ଏହାକୁ ନେଇ ଜଣେ ସୂଚନା ଅଧିକାର କର୍ମୀ ପ୍ରଶ୍ନ ପଚାରିଥିଲେ | ଆଉ ପିଏମଓ ବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଗୋଟିଏ ଦିନ ବି ଛୁଟି ନେଇନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ନଅ ବର୍ଷ ମଧ୍ୟରେ ଦେଶ ତଥା ବିଦେଶରେ ୩୦୦୦ରୁ ଅଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।

ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକାଳର ଗତ ନଅ ବର୍ଷ ମଧ୍ୟରେ ଗୋଟିଏ ଦିନ ବି ଛୁଟି ନେଇ ନାହାଁନ୍ତି। ଏହି ସୂଚନା ଏକ ଆରଟିଆଇ ମାଧ୍ୟମରେ ସାମ୍ନାକୁ ଆସିଛି | ଆରଟିଆଇର ଜବାବରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ସବୁବେଳେ କାମ କରୁଛନ୍ତି | ଏଯାଏଁ ସେ ଗୋଟିଏ ବି ଦିନ ଛୁଟି ନେଇନାହାନ୍ତି | ଗତ ନଅ ବର୍ଷ ମଧ୍ୟରେ ଦେଶ ତଥା ବିଦେଶରେ ୩୦୦୦ ରୁ ଅଧିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଅଂଶଗ୍ରହଣ କରିଛନ୍ତି।ପୁଣେର ସୂଚନା ଅଧିକାର କର୍ମୀ ପ୍ରଫୁଲ୍ଲ ଶାରଦା ପ୍ରଶ୍ନ କରିଥିଲେ ଯେ ୨୦୧୪ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେ ଦିନ ଅଫିସରେ ଯୋଗ ଦେଇଛନ୍ତି ଓ କେତେ ଦିନ ଛୁଟି ନେଇଛନ୍ତି | ଏହାର ଜବାବରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ମୋଦୀ ନିରନ୍ତର ଡ୍ୟୁଟିରେ ଅଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଗୋଟିଏ ଦିନ ବି ଛୁଟି ନେଇ ନାହାଁନ୍ତି।

Leave a Reply

Your email address will not be published. Required fields are marked *