July 27, 2024

ପାକିସ୍ତାନରେ ଦୁଗ୍ଧ ଦର ଆକାଶଛୁଆଁ

1 min read

ଇସଲାମବାଦ : ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ଓ ରାଜନୈତି ଅଚଳାବସ୍ଥା ନେଇ ଗତି କରୁଛି। ଦେଶରେ ଖାଦ୍ୟ ସାମଗ୍ରୀର ଦାମ୍‌ ଆକାଶଛୁଆଁ ହେବା ପରେ ବର୍ତ୍ତମାନ ଦୁଗ୍ଧ ସଙ୍କଟ ଦେଖାଦେଇଛି। ଦୁଗ୍ଧ ବିକ୍ରେତାମାନେ ମୂଲ୍ୟ ବୃଦ୍ଧି ଦାବିରେ ବିରୋଧ କରି ସୋମବାର ଠାରୁ କ୍ଷୀର କିଣିବା ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏହି କାରଣରୁ, ପନିପରିବା ଏବଂ ଚିନି ପରେ ଏବେ କରାଚିରେ କ୍ଷୀରର ଅଭାବ ଦେଖାଦେଇଛି।

ଦୁଗ୍ଧ ବିକ୍ରେତା ଓ ଫାର୍ମ ମାଲିକଙ୍କ ମଧ୍ୟରେ ଦୁଗ୍ଧର ମୂଲ୍ୟକୁ ନେଇ ତିକ୍ତତା ଦେଖାଯାଇଛି। ପ୍ରଶାସନ କ୍ଷୀର ଦାମ ଲିଟର ପିଛା ୧୮୦ପାକିସ୍ତାନ ଟଙ୍କା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଖୁଚୁରା ବ୍ୟବସାୟୀମାନେ ଅଧିକ ଚାର୍ଜ କରୁଛନ୍ତି। କରାଚିର ବିଭିନ୍ନ ସ୍ଥାନରେ କ୍ଷୀର ଲିଟର ପିଛା ୨୨୦ଟଙ୍କା ରେ ବିକ୍ରି ହେଉଛି।

ଗତ ସପ୍ତାହରେ ମିଲ୍କ ରିଟେଲର୍ସ ୱେଲଫେୟାର ଆସୋସିଏସନ ମହାନଗର ନିଗମରେ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କ୍ଷୀର ବିକ୍ରି ବନ୍ଦ କରିବାକୁ ଘୋଷଣା କରିଛି। ଦୁଗ୍ଧ ମୂଲ୍ୟ ଉପରେ ନିଷ୍ପତ୍ତି ନେବାକୁ ସଂଘ ସ୍ଥାନୀୟ ପ୍ରଶାସନକୁ ୭୨ ଘଣ୍ଟା ସମୟ ଦେଇଛି।

Leave a Reply

Your email address will not be published. Required fields are marked *