July 27, 2024

୭ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

1 min read

ନୂଆଦିଲ୍ଲୀ: ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ସେପ୍ଟେମ୍ବର ୯ ଓ ୧୦ତାରିଖରେ ଏହି ପ୍ରଭାବଶାଳୀ ଗୋଷ୍ଠୀର ବାର୍ଷିକ ଶିଖର ସମ୍ମିଳନୀ ଆୟୋଜନ କରୁଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଦୁଇ ଡଜନରୁ ଅଧିକ ବିଶ୍ୱ ନେତା ଏଥିରେ ଅଂଶଗ୍ରହଣ କରିବାକୁ ଭାରତ ଆସୁଛନ୍ତି ।

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ବାଇଡେନ୍ ସେପ୍ଟେମ୍ବର ୭ରେ ଭାରତ ଗସ୍ତରେ ଆସିବେ ଏବଂ ସେପ୍ଟେମ୍ବର ୮ତାରିଖରେ ଏହି ଐତିହାସିକ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ତେବେ ଏପର୍ଯ୍ୟନ୍ତ ଏହାର ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୦ ରେ ବ୍ରାଜିଲ ରାଷ୍ଟ୍ରପତି ଲୁଲାଙ୍କୁ ଜି-୨୦ ଅଧ୍ୟକ୍ଷତ୍ୱର କମାଣ୍ଡ ହସ୍ତାନ୍ତର କରିବେ । ଡିସେମ୍ବର ପହିଲାରେ ବ୍ରାଜିଲ ଆନୁଷ୍ଠାନିକ ଭାବେ ଜି-୨୦ର ସଭାପତିତ୍ୱ ଗ୍ରହଣ କରିବ।

ଇତି ମଧ୍ୟରେ ବାଇଡେନଙ୍କ ସୁରକ୍ଷା ପାଇଁ ନିୟୋଜିତ ୟୁଏସ୍ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ଦିଲ୍ଲୀ ଆସିବା ଆରମ୍ଭ କରିଛନ୍ତି। ଦିଲ୍ଲୀର ଆଇଟିସି ମୋର୍ଯ୍ୟ ହୋଟେଲରେ ଆମେରିକା ରାଷ୍ଟ୍ରପତି ଏବଂ ତାଙ୍କ ସହ ଥିବା ଅଧିକାରୀମାନେ ଯେଉଁ କୋଠରୀରେ ରହିବେ ସେହି ରୁମ୍ ପରିଦର୍ଶନ କରୁଥିବା ହୋଟେଲ କର୍ମଚାରୀଙ୍କ ପୃଷ୍ଠଭୂମି ଯାଞ୍ଚ କରାଯାଉଛି। ଆମେରିକା ରାଷ୍ଟ୍ରପତି ଯେଉଁ ହୋଟେଲରେ ରହିବେ ସେହି ହୋଟେଲର ଫ୍ଲୋରକୁ ଆସୁଥିବା ହୋଟେଲ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଆକ୍ସେସ୍ କାର୍ଡ ପ୍ରଦାନ କରାଯାଉଛି।

Leave a Reply

Your email address will not be published. Required fields are marked *