ବିଜୁ ଜନତା ଦଳକୁ ଆସୁଛନ୍ତି ସୁଜାତା ଆର୍ . ପାଣ୍ଡିଆନ
1 min read
ଭୁବନେଶ୍ୱର : ବିଜୁ ଜନତା ଦଳକୁ ଆସୁଛନ୍ତି ସୁଜାତା ଆର୍ . ପାଣ୍ଡିଆନ। ଏହା ଶତ ପ୍ରତିଶତ ସତ। ଆମେ ଚାହଁଛୁ ସେ ଯେତେ ଜଲଦି ଆସିବେ ଭଲ। ଅତ୍ୟନ୍ତ ଖୁସି ହେବୁ। ସୋମବାର ବିଜେଡି ନେତା ମନ୍ମଥ ରାଉତରାୟ ଏହି ବୟାନ ଦେଇଛନ୍ତି। ଆମେ ତାଙ୍କୁ ରେଡ୍ କାରପେଟରେ ସ୍ୱାଗତ କରିବୁ। ସେ ପଦବୀ ନେବେ ନାହିଁ କି ଉତ୍ତରାଧିକାରୀ ହେବେ ନାହିଁ। ସାଧାରଣ କର୍ମୀ ଭାବେ ରାଜ୍ୟର ହିତ ପାଇଁ କାମ କରିବେ। ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ତଙ୍କ ଇଚ୍ଛା ସୁଜାତା ଆସନ୍ତୁ। ସେ ସରକାରଙ୍କୁ ଦୋହଲାଇ ଦେବେ। ବିଜେଡିରେ ତାଙ୍କ ଏଣ୍ଟ୍ରି ପାଇଁ ନବୀନ ରାଜି ଥିଲେ। ମାତ୍ର ସୁଜାତା ଅରାଜି ଥିଲେ। ମାତ୍ର ଏବେ ସୁଜାତା ରାଜି ହୋଇଛନ୍ତି ବୋଲି କହିଛନ୍ତି ମନ୍ମଥ। ସୁଜାତା ଆସିଲେ କିଛି ଅସନ୍ତୁଷ୍ଟ ହେବେ ମାତ୍ର ବହୁ ଲୋକଙ୍କ ମନୋବଳ ବଢିବ।
ଅନ୍ୟ ପଟେ ସୁଜାତାଙ୍କ ଏଣ୍ଟ୍ରି ନେଇ ନବୀନ ପଟ୍ଟନାୟକ କିଛି କହି ନାହାଁନ୍ତି ମାତ୍ର ତାଙ୍କ ନିଷ୍ପତ୍ତି ଆମ ପାଇଁ ବେଦ ବାକ୍ୟ ବୋଲି କହିଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି। ଆଗାମୀ ଦିନରେ ବିଜୁ ଜନତା ଦଳକୁ କ୍ରିୟାଶୀଳ କରିବା ପାଇଁ, ବିଭିନ୍ନ ସମସ୍ୟା ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯାହା ନିଷ୍ପତ୍ତି ନେବେ ଏବଂ ପରାମର୍ଶ ଦେବେ ଆମେ ମାନିବୁ।


