ଭାରତର ଆକାଶ ପ୍ରାୟତଃ ମେଘମୁକ୍ତ
1 min read
ନୂଆଦିଲ୍ଲୀ: ସଦ୍ୟ ଜାରି ହୋଇଥିବା ଉପଗ୍ରହ (ସାଟେଲାଇଟ୍) ଚିତ୍ରରୁ ଭାରତର ଆକାଶ ପ୍ରାୟତଃ ମେଘମୁକ୍ତ ଦେଖାଯାଉଥିବାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବା ଆରମ୍ଭ କରିଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ବିଶେଷ କରି ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତରେ ମେଘାଚ୍ଛନ୍ନ ସ୍ଥିତି ଯଥେଷ୍ଟ ହ୍ରାସ ପାଇଥିବା ଜଣାପଡ଼ିଛି। ତେବେ ମହାକାଶରୁ ସ୍ପଷ୍ଟ ଆକାଶ ଦୃଶ୍ୟମାନ ହେଉଥିଲେ ହେଁ ଭାରତରୁ ମୌସୁମୀର ଆନୁଷ୍ଠାନିକ ବିଦାୟ ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବା ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ମେଘମୁକ୍ତ ଆକାଶର ଏହି ପରିବର୍ତ୍ତନ କେବଳ ଭାରତୀୟ ଉପମହାଦ୍ୱୀପ ମଧ୍ୟରେ ସୀମାବଦ୍ଧ ନାହିଁ। ଆରବ ସାଗରଠାରୁ ଆରମ୍ଭ କରି ପଶ୍ଚିମ ପ୍ରଶାନ୍ତ ମହାସାଗର, ଚୀନ୍, ଇଣ୍ଡୋନେସିଆ, ସୁମାତ୍ରା ଏବଂ ଦକ୍ଷିଣ ଓ ପୂର୍ବ ଏସିଆର ବିଶାଳ ଭୂଭାଗରେ ମଧ୍ୟ ମେଘାଚ୍ଛନ୍ନ ସ୍ଥିତି ବ୍ୟାପକ ଭାବେ ହ୍ରାସ ପାଇଛି। ଏହି ବୃହତ୍ ପରିବର୍ତ୍ତନ ପଛରେ ଶକ୍ତିଶାଳୀ ‘ଏଲ୍ ନିନୋ’ ପ୍ରଭାବ ରହିଥିବା ଏବଂ ବାୟୁମଣ୍ଡଳୀୟ ପରିଚାଳନା ପ୍ରକ୍ରିୟାରେ ପରିବର୍ତ୍ତନ ହେତୁ ଆଞ୍ଚଳିକ ମୌସୁମୀ ସକ୍ରିୟତା ଦୁର୍ବଳ ହେଉଥିବା ପାଣିପାଗ ବିଜ୍ଞାନୀମାନେ ପ୍ରକାଶ କରିଛନ୍ତି।


