March 11, 2026

ଅପରେସନ ବେଳେ ମାଓ କ୍ୟାମ୍ପ ଠାବ କଲେ ଯବାନ

1 min read

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଙ୍ଗେରୀ ଜଙ୍ଗଲରେ ମାଓ ଅପରେସନ୍‌ ବେଳେ ଯବାନଙ୍କୁ ସଫଳତା ମିଳିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଥିୀବା ଯୋଗୁଁ ପୁଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରେସନ୍‌ ଆରମ୍ଭ କରାଯାଇଛି। ଆଜି ସିଆର୍‌ପିଏଫ୍‌ ଓ ଡିଭିଏଫ୍‌ ଯବାନ ମିଳିତ ଭାବେ ଅପରେସନ୍‌ କରିବା ବେଳେ ମାଓ କ୍ୟାମ୍ପ ଠାବ କରିବା ସହ ସେଠାରୁ ବନ୍ଧୁକ, ଗୁଳି, ୱାକିଟକି, ମାଗାଜିନ୍‌, ମାଓପୋଷାକ ସମେତ ବହୁ ସାମଗ୍ରୀ ଜବତ କରିଛନ୍ତି। ଯବାନ୍‌ଙ୍କ ଅପରେସନ୍‌କୁ ଦେଖି ମାଓବାଦୀ କ୍ୟାମ୍ପ ଛାଡ଼ି ଚମ୍ପଟ ମାରିଥିବା ସୂଚନା ମିଳିଛି।