July 27, 2024

ଡେରାବିଶ କଲେଜରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

1 min read

କେନ୍ଦ୍ରାପଡ଼ା : ଡେରାବିଶ କଲେଜରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ଯୁବ ବିକାଶ କାର୍ଯ୍ୟକ୍ରମର ଅଂଶବିଶେଷ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସୋମବାରଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉଦେଶ୍ୟରେ ଉଭୟ +୨ ଏବଂ +୩ ଶ୍ରଣୀର ପାଞ୍ଚ ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସଡକ ସୁରକ୍ଷା ସଚେତନତା ବାର୍ତ୍ତା କୁ ସ୍ଲୋଗାନ ଓ ନାଚ ମାଧ୍ୟମରେ ଏକ ବିଶାଳ ରାଲିରେ ଡେରାବିଶ ବଜାର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ରାଲି ଆରମ୍ଭରେ କଲେଜର ଅଧ୍ୟକ ଚନ୍ଦ୍ରଶେଖର ନାୟକ ସମ୍ପ୍ରତ୍ତି ଗାଡିଘୋଡାର ବୃଦ୍ଧି ଏବଂ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣାରେ କିପରି ଅକାଳରେ ବହୁ ଜୀବନ ହାନି ଘଟୁଛି ସେ ସମ୍ପର୍କରେ ଏକ ସଚେତନଧର୍ମୀ ବକ୍ତବ୍ୟ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ରଖିଥିଲେବା ସହ ପତାକା ହଲେଇ ଉକ୍ତ ରାଲିର ଶୁଭାରମ୍ଭ କରିଥିଲେ । ଛାତ୍ରଛାତ୍ରୀ ମାନେ ରାସ୍ତାରେ ଗଲାବେଳେ ସ୍ଥାନେ ସ୍ଥାନେ ଲୋକମାନଙ୍କୁ ପଥପ୍ରାନ୍ତ ନାଟକ ପ୍ରଦର୍ଶନ ମାଧ୍ୟମରେ ସଡକ ସୁରକ୍ଷା , ସ୍ୱଚ୍ଛ ଭାରତ ଅଭିଯାନ , ମଦ ବିରୋଧୀ ଅଭିଯାନ ଓ ପରିବେଶ ସୁରକ୍ଷା ସମ୍ପର୍କୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ପଦଯାତ୍ରା ସମୟରେ ସ୍ଥାନୀୟ ଲୋକମାନଙ୍କର ଉତ୍ସାହ ପରିଲକ୍ଷିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *