June 16, 2026

ମହାକାଳପଡ଼ା ସରପଞ୍ଚ ମାମଲା

1 min read

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କ ବିବାଦୀୟ ମାମଲାରେ ଏବେ ଯୋଡ଼ି ହୋଇଛି ଏକ ନୂଆ ଏବଂ ସାଂଘାତିକ ଫର୍ଦ୍ଦ। ଗୋଟିଏ ପଟେ ସରପଞ୍ଚ ଜେଲ୍‌ରେ ଥିବା ବେଳେ, ଅନ୍ୟପଟେ ତାଙ୍କ ଉପରେ ହୋଇଥିବା ଅକଥନୀୟ ନିର୍ଯାତନାକୁ ବିରୋଧ କରି ରାଜ୍ୟ ମାନବାଧିକାର ଆୟୋଗ (OHRC) ଙ୍କ ନିକଟରେ ଏକ ସଙ୍ଗୀନ ମାମଲା ଦାଏର କରାଯାଇଛି। ମାନବାଧିକାର ଆୟୋଗରେ ହୋଇଥିବା ଅଭିଯୋଗ ଅନୁସାରେ, ଜଣେ ମହିଳା ସରପଞ୍ଚଙ୍କୁ ମହାକାଳପଡ଼ା ବିଡିଓ, ଥାନା ଅଧିକାରୀ (IIC), ବ୍ଲକ କର୍ମଚାରୀ ଏବଂ ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ସଂଘବଦ୍ଧ ଭାବେ ଅତ୍ୟାଚାର କରିଛନ୍ତି। ତାଙ୍କ ସହ ଅଭଦ୍ର ବ୍ୟବହାର କରିବା, ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା କେସ୍ ଲଦିଦେବା ଏବଂ ବିନା ଦୋଷରେ ମାଡ଼ ମାରିବା ଭଳି ସାଂଘାତିକ ମାନବାଧିକାର ଉଲ୍ଲଂଘନ କରାଯାଇଥିବା ଦର୍ଶାଯାଇଛି।

ସଂଗଠନ ପକ୍ଷରୁ OHRC ରେ ଦାଏର ହୋଇଥିବା ମାମଲାରେ ସ୍ୱଚ୍ଛ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପନ କରାଯାଇଛି