July 27, 2024

ବିଦ୍ୟୁତ ସଂଯୋଗ ଦିଆନଯିବା ପ୍ରତିବାଦରେ ଆମରଣ ଅନଶନରେ ବସିଲେ ଦମ୍ପତି

1 min read

ଡେରାବିଶ : ଖାଦ୍ୟ, ବସ୍ତ୍ର ଓ ବାସଗୃହ ବିନା ମଣିଷ ଜୀବନ ବ୍ୟର୍ଥ। ତନ୍ମଧ୍ୟରୁ ବିଦ୍ୟୁତ ବିନା ମଣିଷ ବଞ୍ଚିବା କଷ୍ଟକର। ଏକ ପରିବାର ଦୀର୍ଘ ୨୪ ବର୍ଷ ଧରି ବିନା ବିଦ୍ୟୁତ ରେ ଚଳିବ କିପରି ? ବିଦ୍ୟୁତ ସଂଯୋଗ ପ୍ରତିବାଦ ରେ ଆମରଣ ଅନଶନରେ ବସିବା ପରେ ବିଭାଗୀୟ ତତ୍ପରତା ପ୍ରକାଶ କରିଛନ୍ତି। ଡେରାବିଶ ବ୍ଲକ ଛତା ବିଦ୍ୟୁତ ସେକ୍ସନ ଅନ୍ତର୍ଗତ ଚାଟରାଚକୋଡା ପଞ୍ଚାୟତ ହଳଦୀବସନ୍ତ ଗ୍ରାମର ସପତ୍ନୀ ଗୋପିନାଥ ମଳିକ ଓ ଦମୟନ୍ତୀ ମଳିକ ବିଦ୍ୟୁତ ସଂଯୋଗ ଦିଆନଯିବା ପ୍ରତିବାଦରେ ଆମରଣ ଅନଶନରେ ବସିଥିଲେ। ତାଙ୍କୁ ଏହି ଅନଶନରେ ସହଯୋଗ ର ହାତ ବଢାଇଥିଲା କେନ୍ଦ୍ରାପଡ଼ା ଜିଲ୍ଲା ଚାଷୀ ଶ୍ରମିକ ସଂଗଠନ। ଗୋପିନାଥ ତାଙ୍କ ଅଭିଯୋଗ ରେ ଦର୍ଶାଇଛନ୍ତି ଯେ ୧୯୯୯ ମସିହା ବାତ୍ୟା ପରଠାରୁ ସେ ବିଦ୍ୟୁତ ବ୍ୟବହାର କରିବାକୁ ପାଉନାହିଁ। ଦୁଇଭାଇ ଶାମ ମଳିକ ଓ ଗୋପିନାଥ ୨ଭାଇ ପୈତୃକ ଢିଅରେ ପୃଥକ ଭାବେ ବସବାସ କରୁଛନ୍ତି। ବିଭାଗ ଶାମ ମଳିକ କୁ ବିଦ୍ୟୁତ ସଂଯୋଗ ଦେଇଛନ୍ତି କିନ୍ତୁ ସେ ବିଦ୍ୟୁତ ସଂଯୋଗ ରୁ ବଞ୍ଚିତ ହେଉଛନ୍ତି। ଜଣେ ଭାରତୀୟ ନାଗରିକ ହିସାବରେ ତାଙ୍କର କ’ଣ ବିଦ୍ୟୁତ ବ୍ୟବହାର କରିବାର ଅଧିକାର ନାହିଁ ! ଏହାର ତୀବ୍ର ବିରୋଧରେ ଗତ ୭ ଅଗଷ୍ଟ ୨୦୧୩ ରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗ ରସିଦ ଧରି କେନ୍ଦ୍ରାପଡ଼ା ବିଦ୍ୟୁତ ଅଫିସ ରେ ଅନୁସନ୍ଧାନ କରିବାରୁ ଜଣାପଡ଼ିଲା ଯେ ଚିଠି ଅଫିସ ରେ ମିଳୁନି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ଓ ଅନିୟମିତ କାର୍ଯ୍ୟର ପରିଚାୟକ । ବାପାଙ୍କ ନାମରେ ଥିବା ବିଦ୍ୟୁତ ନିୟମକୁ ଦୁଇଭାଇ ବ୍ୟବହାର କରିପାରିବେ ଓ ବିଲ ପୈଠ କରିବେ। ମାତ୍ର ବିଦ୍ୟୁତ ବିଭାଗ ବଡ଼ଭାଇଙ୍କୁ ବିଦ୍ୟୁତ ବ୍ୟବହାର କରିବାକୁ ଦେଇ ତାଙ୍କୁ ବ୍ୟବହୃତ କରିବାକୁ ବଂଚିତ କରିଛନ୍ତି। ବର୍ତମାନ କିରୋସିନି ମିଳୁ ନଥିବାରୁ ସେ ବହୁସମୟ ଅନ୍ଧାର ରେ ରହୁଛନ୍ତି। କାମ ଚଳାଇବା ପାଇଁ ମହମବତୀ ଜାଳି ଚଳୁଅଛି।

Leave a Reply

Your email address will not be published. Required fields are marked *