May 13, 2025

‘ଦାରୁ’ ବିବାଦ ପ୍ରସଙ୍ଗରେ ରବିବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି ଦଇତାପତି

1 min read

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦ ପ୍ରସଙ୍ଗରେ ରବିବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର। ରାମକୃଷ୍ଣଙ୍କୁ ପଚରାଉଚରା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗରେ ରାମକୃଷ୍ଣଙ୍କୁ ପ୍ରାୟ ୪୫ ମିନିଟ୍‌ ପଚରାଉଚରା କରାଯାଇଛି। ଦଇତାପତି ନିଯୋଗ ସଭାପତି ଗଣେଶ ଦାସମହାପାତ୍ରଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି ମୁଖ୍ୟ ପ୍ରଶାସକ। ପଚରାଉଚରା ଶେଷ ହେବା ପରେ ଉଭୟ ଗଣେଶ ଦାସ ମହାପାତ୍ର ଓ ରାମକୃଷ୍ଣ ଦାସ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରକୁ ବାହାରିଥିଲେ। କିନ୍ତୁ ଉଭୟେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ନାହାନ୍ତି। ସୂଚନାଯୋଗ୍ୟ, ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇ ଯିବା ପ୍ରସଙ୍ଗରେ ଶ୍ରୀମନ୍ଦିର ସମସ୍ତ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ନୋଟିସ୍ କରିଥିଲା ଶ୍ରୀମନ୍ଦିର ନୀତି ପ୍ରଶାସନ।