Categories

February 8, 2026

ସାରା ରାଜ୍ୟରେ ଆନ୍ଦୋଳନ ଓ ପ୍ରତିବାଦ ତୀବ୍ର

1 min read

ବାଲେଶ୍ଵର: ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାୟର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଓ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। କଂଗ୍ରେସ ପକ୍ଷରୁ ଓଡ଼ିଶାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସାରା ରାଜ୍ୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

ବନ୍ଦ ପାଳନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଆଇ କ୍ୟାମେରା ଏବଂ ଡ୍ରୋନ ନିୟୋଜିତ ହୋଇଛି। ସହରର ସବୁ ଛକ, ବଜାର, ସରକାରୀ କାର୍ଯ୍ୟାଳୟ, ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ ଏବଂ ଭିଭିଆଇପିଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ସାଦା ପୋଷାକରେ ପୋଲିସ ମୁତୟନ ରହିଛନ୍ତି।

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ସମେତ ୮ଟି ରାଜନୈତିକ ଦଳ ପକ୍ଷରୁ ସକାଳ ୬ଟାରୁ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି। ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାସ୍ତାଘାଟରେ ଯାନବାହନ ଚଳାଚଳା ପ୍ରଭାବିତ ହୋଇଛି। ଅଧିକାଂଶ ସ୍ଥାନରେ ସାଧାରଣ ଲୋକ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। ସାରା ରାଜ୍ୟରେ ପେଟ୍ରୋଲ ପମ୍ପ ବନ୍ଦ ରହିଥିବା ବେଳେ ହସ୍ପିଟାଲ, ମେଡିସିନ ଷ୍ଟୋର ଏବଂ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ଏହି ସମୟରେ ଚାଲୁ ରହିଛି।