ରାଜଧାନୀରେ ଗଣଦୁଷ୍କର୍ମ: ୩ ଗିରଫ, ୨ ଅଟକ
1 min read
ଭୁବନେଶ୍ଵର; ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ୫ଜଣ ଗିରଫ ହୋଇଛନ୍ତି । ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଘଟଣା ସମ୍ପର୍କରେ ଡିସିପି ପିନାକ ମିଶ୍ର ସୂଚନା ଦେଇ କହିଛନ୍ତି ଯେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ଗତକାଲି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଗତକାଲି ୩ ଜଣଙ୍କୁ ପୁଲିସ କାବୁ କରିଥିବା ବେଳେ ୨ ଜଣ ଖସିଯାଇଥିଲେ। ଫେରାର ଦୁଇ ଅଭିଯୁକ୍ତଙ୍କୁ ଆଜି ପୁଲିସ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତମାନେ ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ କରିଥିଲେ । ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ନୟାପଲ୍ଲୀ ପୁଲିସ ମାମଲା ରୁଜୁ କରିଥିଲା।