୫ ଜଣ ଜିୁଆଡ଼ିଙ୍କୁ ଗିରଫ
1 min read
ଦିଗପହଣ୍ଡି, ୨୫ା୭: ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଟିମ୍ ପୋଡ଼ାମାରି ଗ୍ରାମ ନିକଟ ଏକ କୁକୁଡ଼ାଫାର୍ମରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୫ ଜଣ ଜିୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ପୂର୍ବରୁ ସୂଚନା ପାଇ ବହୁ ସଂଖ୍ୟକ ଜୁଆଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗିରଫ ଜୁଆଡ଼ିମାନଙ୍କଠାରୁ ପୋଲିସ ୮,୨୬୦ ହଜାର ଟଙ୍କା, ତାସମୁଠା ଏବଂ ବେଡ୍ସିଟ୍ ଜବତ କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଗାଁ ନିକଟ ଏକ କୁକୁଡ଼ାଫାର୍ମରେ ଜୁଆଖେଳ ଚାଲିଥିବା ନେଇ ସୂଚନା ମିଳିବା ପରେ ପୋଡ଼ାମାରି ଫାଣ୍ଡି ଏସ୍ଆଇ ପ୍ରଭାତ କୁମାର ବାଲିକାନା, ପାଟପୁର ଥାନା ଏଏସ୍ଆଇ ସନ୍ତୋଷ କୁମାର ମିଶ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଢ଼ାଉ କରିଥିଲେ। ଏନେଇ ଏଏସ୍ଆଇ ସନ୍ତୋଷ ମିଶ୍ରଙ୍କ ଏତଲା କ୍ରମେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୨୧୨/୨୬ ଅନୁଯାୟୀ ମୋକଦ୍ଦମା ରୁଜୁ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନ୍ଏସ୍ଏସ୍)ର ଧାରା-୩୫(୩) ଅନୁଯାୟୀ ନୋଟିସ୍ ଦିଆଯିବା ପରେ ଛାଡ଼ି ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ଏସ୍ଆଇ କହିଛନ୍ତି।


